Breaking PLUSଅପରାଧଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଚିଲିକା ବିଧାୟକଙ୍କ ଅମାନବୀୟ ଆଚରଣ ବିରୋଧରେ ବିଜେପିର ସତ୍ୟାଗ୍ରହ

ଏହି ଭଳି ଅମାନବୀୟ ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନାହାନ୍ତି ।

ସୋମବାରଠାରୁ ସମସ୍ତ ସହରାଅଞ୍ଚଳରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଉଛି । ଚିଲିକା ବିଧାୟକଙ୍କ ଅମାନବୀୟ ଆଚରଣ ବିରୋଧରେ ବିଜେପି ପକ୍ଷରୁ ଏଭଳି ସତ୍ୟାଗ୍ରହ କରାଯାଉଛି । ଏବେ ପୌର ନିର୍ବାଚନ ଥିବାରୁ ରାଜନୀତିକ ରୁଟି ସେକିବା ପାଇଁ ବିଜେପି ହୀନ ରାଜନୀତି କରୁଛି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।  ବିଜେପି ପକ୍ଷରୁ କୁହାଯାଇଛିଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲେ । ଏହି ଭଳି ଅମାନବୀୟ ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେବି ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନାହାନ୍ତି । ନିର୍ବାଚନରେ ପରବର୍ତୀ ହିଂସାରେ ଶାସକ ବିଜେଡ଼ି ସକ୍ରିୟ ହୋଇ ବର୍ତ୍ତମାନ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ଆକ୍ରମଣ କରୁଛି । ଗଣତନ୍ତ୍ରରେ ହିଂସାର ଆଦୌ ସ୍ଥାନ ନାହିଁ । ଶାସକ ବିଜେଡ଼ିର ହିଂସାତ୍ମକ ଆଚରଣ ପ୍ରତିବାଦରେ ସୋମବାର ବିଜେପିର କାର୍ୟ୍ୟକର୍ତ୍ତାମାନେ ମୁହଁରେ କଳାପଟି ବାନ୍ଧି ରାଜ୍ୟର ସମସ୍ତ ସହରାଅଞ୍ଚଳରେ ସତ୍ୟାଗ୍ରହ କରିବେ ବୋଲି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗତକାଲି ପ୍ରକାଶ କରିଛନ୍ତି ।

Show More

Related Articles

Back to top button