Breaking PLUSଅପରାଧଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ସ୍ତ୍ରୀକୁ ପିଟି ପିଟି ଜିଅନ୍ତା ଅବସ୍ଥାରେ ପୋତିଦେଲା ସ୍ୱାମୀ

ସାମାନ୍ୟ ବଚସା ଯୋଗୁଁ ହୋଇଗଲା ଝିମିଟି ଖେଳରୁ ମହାଭାରତ

ସ୍ୱାମୀ ସାଜିଲା ନରରାକ୍ଷସ । ସାମାନ୍ୟ ବଚସା ଯୋଗୁଁ ହୋଇଗଲା ଝିମିଟି ଖେଳରୁ ମହାଭାରତ । ପ୍ରଥମେ ସ୍ତ୍ରୀକୁ ପିଟି ପିଟି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତିଦେଲା ସ୍ୱାମୀ । ଏଭଳି ଲୋମ ଟାଙ୍ଗୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ । ଗାଁର ରଞ୍ଜନ ସାହୁ ନିଜ ୨୩ ବର୍ଷୀୟା ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରି ଜିଅନ୍ତା ପୋତି ଦେବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାପଘର ଳୋକେ ସୁକାନ୍ତିକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ ,ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି , ସେହି ଗାଁର ରଞ୍ଜନ ସାହୁଙ୍କୁ ଆଜକୁ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୌତୁକ ଜନିତ ସମସ୍ୟାକୁ ନେଇ ବାରମ୍ବାର କଳହ ଲାଗି ରହୁଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା । ତେବେ ଏହାକୁ ନେଇ ଗତ କାଲି ରାତିରେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ରରୂପ ଧାରଣ କରିଥିଲା ।  ଯାହାକୁ ନେଇ ସ୍ୱାମୀ ରଞ୍ଜନ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ସୁକାନ୍ତିଙ୍କୁ ଲହୁଲୁହାଣ କରି ଘର ବାଡ଼ିରେ ଥିବା ଏକ ଗାତରେ ପକେଇ ଦେଇଥିଲା । ପରେ ଖବର ପାଇ ବାପଘର ଳୋକେ ଘଟଣାସ୍ଥଳକୁ ଆସି ଝିଅକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡ଼ିକାଲରେ ପହଞ୍ଚି ସୁକାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଘଟଣାଟିକୁ ଗୁରୁତ୍ୱର ସହ ନେଇ ଅଧିକ ତଦନ୍ତ ଚଳାଇଛି ।

Show More

Related Articles

Back to top button