Breaking PLUSଦେଶ ବିଦେଶମୁଖ୍ୟ ଖବର

ଭବାନୀପୁର ଆସନରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ

ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ପରିପ୍ରେକ୍ଷୀରେ ରବିବାର ଟିଏମସି ୩ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଭବାନୀପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିବେ । ୩୦ ସେପ୍ଟେମ୍ବରରେ ନିର୍ବାଚନ ହେବ ଏବଂ ୩ ଅକ୍ଟୋବରରେ ଫଳାଫଳ ବାହାରିବ । ମମତାଙ୍କ ପାଇଁ ଭବାନୀପୁର ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟୟ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ, ମମତା ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ବାଚନରେ ବିଜୟ ହାସଲ କରି ନ ଥିବାରୁ ୬ ମାସ ମଧ୍ୟରେ ତାଙ୍କୁ ବିଧାୟକ ଭାବେ ସଦନକୁ ଆସିବାକୁ ପଡିବ । ଅନ୍ୟଥା ମୁଖ୍ୟମନ୍ତ୍ରୀ ପଦ ହାତଛଡା ହେବ । ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ସିଟରେ ମମତାଙ୍କୁ ପରାସ୍ତ କରିଥିଲେ । ଟିଏମସି ସମଶେରଗଂଜରୁ ଅମିରୁଲ ଇସଲାମ ଓ ଜଙ୍ଗୀପୁରରୁ ଜାକିର ହୁସେନ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

Show More

Related Articles

Back to top button