Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି, ଶଶ୍ୱୁର ଘରେ ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଲୋଇସିଂହା ଥାନା ଫଟାମୁଣ୍ଡା ଗାଁରେ ଅଘଟଣ । ପାରିବାରିକ କଳହରୁ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ । ନିଶାଶକ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଛି ।

ଲୋଇସିଂହା ଥାନା ଫଟାମୁଣ୍ଡା ଗାଁରେ ଅଘଟଣ । ପାରିବାରିକ କଳହରୁ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ । ନିଶାଶକ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଛି । ସ୍ୱାମୀର ଏପରି ନୃଶଂସ କାର୍ଯ୍ୟରେ ସମଗ୍ର ଅଞ୍ଚଳ ଆଶ୍ଚର୍ଯ୍ୟ ଚକିତ ହୋଇଛି । ମିଳିଥିବା ସୂଚନା ମୁତବାକ ମୃତ ମହିଳାଙ୍କ ନାଁ ହେଉଛି କସ୍ତୁରୀ ସାହୁ । ପାରିବାରିକ କଳହ ଯୋଗୁଁ ଗତ ୩/୪ ମାସ ତଳେ କସ୍ତୁରୀ ତାଙ୍କ ଦୁଇ ସନ୍ତାନକୁ ନେଇ ବାପା ଘର ଫଟାମୁଣ୍ଡକୁ ଚାଲିଆସିଥିଲେ ।

ବାପା ଘରେ କିଛି ଦିନ ରହିବା ପରେ ଗାଁରେ ଥିବା ଆଉ ଏକ ଛୋଟିଆ ଘରେ ରହୁଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସ୍ୱାମୀ ଗାନ୍ଧିଲାଲ ସାହୁ ତାଙ୍କ ଘରେ ପହଁଚି ହତ୍ୟା କସ୍ତୁରୀଙ୍କୁ ହତ୍ୟା କରି ଫୋରାର ହୋଇଯାଇଥିଲେ । ଆଜି ସକାଳୁ କସ୍ତୁରୀଙ୍କ ପିଲା ମାନେ ଘର ଭିତରେ କାନ୍ଦୁଥିବା ବେଳେ ଗାଁ ଲୋକେ ପଚରାଉଚୁରା କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଲୋଇସିଂହା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button