Breaking PLUSଦେଶମୁଖ୍ୟ ଖବର

ମେଘାଳୟରେ 3.5 ତୀବ୍ରତାର ଭୂକମ୍ପ

ଶିଲଙ୍ଗ, 4 ଫେବୃଆରୀ – ମେଘାଳୟର ଇଷ୍ଟ ଗାରୋ ହିଲ୍ସ ଜିଲ୍ଲାରେ ରବିବାର ଦ୍ୱିପ୍ରହରରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି ।
ସିସ୍ମୋଲୋଜି ବିଭାଗ ଅନୁସାରେ ଇଷ୍ଟ ଗାରୋ ହିଲ୍ସ ଜିଲ୍ଲାରେ ଦ୍ୱିପ୍ରହର 2ଟା 37 ମିନିଟ 15 ସେକେଣ୍ଡ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ ହୋଇଛି । ତେବେ ଭୂକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ । ଭୂକମ୍ପର କେନ୍ଦ୍ର ମେଘାଳୟର ଇଷ୍ଟ ଗାରୋ ହିଲ୍ସ ଜିଲ୍ଲାରେ ଭୂପୃଷ୍ଠରୁ 12 କିଲୋମିଟର ତଳେ ରହିଛି ।

Show More

Related Articles

Back to top button