Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶରେ ସମସ୍ତ 230 ଆସନ ପାଇଁ ଭୋଟିଂ

ଭୋପାଳ, 17 ନଭେମ୍ବର – ମଧ୍ୟପ୍ରଦେଶରେ ସମସ୍ତ 230 ବିଧାନସଭା ଆସନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ରାଜ୍ୟରେ 64,626 ମତଦାନ କେନ୍ଦ୍ରରେ ଚାଲିଛି ଭୋଟିଂ । ଭୋଟକୁ ନେଇ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବହୁସଂଖ୍ୟାରେ ଲୋକେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳୁ ସକାଳୁ ସମସ୍ତ ମତଦାନ କେନ୍ଦ୍ର ସମ୍ମୁଖରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ନକ୍ସଲ ପ୍ରଭାବିତ ବାଲାଘାଟ, ମଣ୍ଡଲା ଓ ଡିଣ୍ଡୋରିରେ କିଛି ମତଦାନ କେନ୍ଦ୍ରରେ ଅପରାହ୍ନ 3ଟା ଯାଏ ମତଦାନ ହେବ । ଏହା ବ୍ୟତୀତ ସମସ୍ତ ମତଦାନ କେନ୍ଦ୍ରରେ ସନ୍ଧ୍ୟା 6ଟା ଯାଏ ମତଦାନ ଚାଲିବ ।

Show More

Related Articles

Back to top button