Breaking PLUSଦେଶମୁଖ୍ୟ ଖବର

କାମାକ୍ଷା ମନ୍ଦିର ପରିସରରେ ଲାଗିଲା ନିଆଁ, ଅନେକ ଦୋକାନ ଜଳି ଭସ୍ମୀଭୂତ

ଗୌହ୍ୱାଟୀ, 17 ନଭେମ୍ବର – କାମାକ୍ଷା ମନ୍ଦିର ପରିସରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇ ଅନେକ ଦୋକାନ ଜଳି ଭସ୍ମୀଭୂତ ହୋଇଯାଇଛି । ପୋଲିସ ସୂଚନା ମୁତାବକ, ଭିଆଇପି ପାର୍କିଂ ନିକଟରେ ନିଆଁ ଲାଗିଥିଲା । ନିଆଁ ଲାଗିବାର କାରଣର ବି ଜଣାପଡୁନାହିଁ । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Show More

Related Articles

Back to top button