Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ ବ୍ୟାପିଛି ଲିଷ୍ଟେରିଆ

ନ୍ୟୁୟର୍କ- ଆମେରିକାରେ ଏବେ ଲିଷ୍ଟେରିଆ ବ୍ୟାପିଛି । ଏଥିପାଇଁ ସାରା ଦେଶରେ ଆଲର୍ଟ ଜାରି କରାଯାଇଛି ।
ଆମ୍ବଡା ବା ପ୍ଲମ୍‌ , ପିଚ୍‌ ଏବଂ ଅନ୍ୟ କେତକ କୋଳି ଜାତୀୟ ଖାଜ୍ୟରେ ଲିଷ୍ଟେରିଆ ବ୍ୟାକ୍ଟେରିଆ ବ୍ୟାପୁଥିବା କୁହାଯାଉଛି ଏଥିଯୋଗୁଁ ସଂକ୍ରମଣ ହେଉଛି ।

ଲିଷ୍ଟେରିଆ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏବେ ଆମେରିକାରେ ଏହି ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ପ୍ଲମ୍‌ ଏବଂ ପିଚ୍‌ ପରି କୋଳିକୁ ନଭେମ୍ବର ୨୦୨୨ରୁ ନଭେମ୍ବର ୨୦୨୩ ମଧ୍ୟରେ ଯେଉଁମାନେ କିଣି କରି ସଂରକ୍ଷଣ କରି ରଖିଛନ୍ତି ତାହାକୁ ତୁରନ୍ତ ଫିଙ୍ଗି ଦେବା ପାଇଁ କୁହାଯାଇଛି । ଫ୍ରିଜ୍‌ ରେଫ୍ରିଜିରେଟରକୁ ତୁରନ୍ତ ସଫା କରିବା ପାଇଁ କୁହାଯାଇଛି ।
ଆମେରିକାର କାଲିଫର୍ଣ୍ଣିଆ, କଲୋରାଡୋ, କାନସାସ୍‌. ଇଲିନିଓସ୍‌, ମିସିଗାନ୍‌, ଓହିଓ ଏବଂ ଫ୍ଲୋରିଡାରେ ଏହି ସଂକ୍ରମଣ ଦେଖା ଦେଇଛି ।

ଗର୍ଭବତୀ ମହିଳା ଏବଂ ନବଜାତଙ୍କ ପାଇଁ ଏହା ଗୁରୁତର ହୋଇପାରେ । ଏହା ସହ ବୟସ୍କ ଲୋକ ଏହି ସଂକ୍ରମଣରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ଲିଷ୍ଟେରିଆରେ ଜର ସହ ମସ୍ତିଷ୍କ ସଂକ୍ରମଣ ସେପିସିସ୍‌ ଏବଂ ମେନିଜିଟାଇଟିସ୍‌ ହେବାର ଆଶଙ୍କା ରହିଛି । ସମସ୍ତ ପନିପରିବା ଏବଂ ଫଳ ଖାଇବା ପୂର୍ବରୁ ଭଲ ଭାବେ ଧୋଇ ଏହାକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଲିଷ୍ଟେରିଆରେ ସଂକ୍ରମଣତି ୧୦୦ ଜଣଙ୍କ ମଧ୍ୟରେ ୨୦ରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥାଏ ।

Show More

Related Articles

Back to top button