Breaking PLUSଓଡ଼ିଶାମୁଖ୍ୟ ଖବର

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ- ବୁଟୁପାଲି ସ୍ଥିତ ପୋଲିସ କଲୋନୀରୁ ଝୁଲନ୍ତା ଅବସ୍ଥାରେ ମହିଳା କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହରୁ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ମହିଳା କନେଷ୍ଟବଳ ଜଣକ ହେଲେ ଚାନ୍ଦ ମେହେର । ଦୀର୍ଘ ଦିନ ହେବ ସ୍ୱାମୀ ସାନନ୍ଦ ମେହେରଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ତେଣୁ ଏହାକୁ ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button