ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ତରଭୁଜ ଭଳି ତାର ଚୋପାରେ ମଧ୍ୟ ରହିଛି ଅଦ୍ଭୁତ ଔଷଧୀୟ ଗୁଣ

ଖାଆନ୍ତୁ ଓ ନିଜକୁ ସୁସ୍ତ ରଖନ୍ତୁ

ଗ୍ରୀଷ୍ମ ଋତୁ ଆସିଲା ମାତ୍ରକେ ବଜାରରେ ତରଭୁଜ ଦେଖିବାକୁ ମିଳିଥାଏ l ଏହି ଫଳଟିରେ ୯୨ ପ୍ରତିଶତ ଜଳ ରହିଛି l ଏଥିରେ ଭିଟାମିନ ଏ ଓ ସି ,ପୋଟାସିୟମ ,ମ୍ୟାଗନେସିୟମ ଓ ଅନ୍ୟ ସମସ୍ତ ପୋଷାକ ତତ୍ୱ ରହିଛି l ତରଭୁଜର ସବୁଠୁ ସ୍ୱାଦିଷ୍ଟ ଅଂଶଟି ହେଲା ତାର ଭିତର ଗୋଲାପୀ ଅଂଶ l ଯାହା ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ହିତକର l ତରଭୁଜ ଭଳି ତାର ଚୋପା ମଧ୍ୟ ଶରୀର ପାଇଁ ହିତକର l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ତରଭୁଜ ଚୋପା ଖାଇବା ଶରୀର ପକ୍ଷରେ ଅଧିକ ଶରୀରକୁ ଲାଭ ମିଳିଥାଏ l

* ତରଭୁଜ ଭଳି ତାର ଚୋପା ମଧ୍ୟ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ l ଗବେଷଣାରୁ ଜଣା ପଡିଛି ଯେ ଉଚ ରକ୍ତଚାପ ରୋଗୀ ମାନଙ୍କର ରକ୍ତ ଚାପକୁ ତରଭୁଜ ଚୋପା ଦ୍ରୁତ ଗତିରେ ନିୟନ୍ତ୍ରଣ କରିଥାଏ l ତା ସହିତ ଶରୀରକୁ ସତେଜତା ମିଳିଥାଏ l

* ତରଭୁଜ ଚୋପା ଫାଇବରରେ ପୁର୍ଣ ଅଟେ l ତେଣୁ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଏହାଦ୍ୱାରା ଠିକ ହୋଇଥାଏ l ତା ସହିତ କୋଲେଷ୍ଟ୍ରଲ ଓ ରକ୍ତ ସର୍କରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ l ତରଭୁଜ ଚୋପା କୋଷ୍ଠ କାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ l

* ଏକ କପ ତରଭୁଜ ଚୋପାରେ ୩୦ ପ୍ରତିଶତ ଭିଟାମିନ ସି ମିଳିଥାଏ l ଯାହା ପ୍ରତିରକ୍ଷା ପ୍ରଣାଳୀକୁ ବୁଷ୍ଟ କରିଥାଏ l ଭିଟାମିନ ସି ଶ୍ୱେତ ରକ୍ତ କୋଷିକାକୁ ନୂତନ ଭାବରେ ଗଢି ତୋଳିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ଶରୀରରେ ସଂକ୍ରମଣ ହୁଏ ନାହିଁ l

* ଆପଣ ଜିମରେ ବ୍ୟାୟାମ କରିବା ପରେ ଥକା ଲାଗିଥାଏ l ଗୋଟିଏ ଆଧ୍ୟୟନରୁ ଜଣା ପଡିଛି ଯେ ତରଭୁଜ ଚୋପା ମାଂସପେଶୀକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ l ଯାହାଦ୍ୱାରା ଆପଣ ଅଧିକ ସମୟ ବ୍ୟାୟାମ କରିପାରିବେ l

Show More

Related Articles

Back to top button