ସ୍ୱାସ୍ଥ୍ୟ

ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ ସପୁରି ଜୁସ

ସପୁରି ଗୋଟିଏ ଏପରି ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆମେ ଏହାକୁ କାଟି ଛୋଟଛୋଟ ଖଣ୍ଡ କରି ଖାଇ ପାରିବl ଓ ଜୁସ କରି ମଧ୍ୟ ପିପାରିବl ,ଯେପରି ବି ଆମେ ଏହାକୁ ବ୍ୟବହାର କରିବା ଏହା ଶରୀରକୁ ଲଭା ଦେଇଥାଏ

ସପୁରି ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ସପୁରି ବ୍ରୋମିଲିସିୟା ପ୍ରଜାତିର ପ୍ରମୁଖ ଫଳ ଅଟେ l ଯାହା ଫିଲିପାଇନ୍ସ ,ଥାଇଲାଣ୍ଡ ,ଇଣ୍ଡୋନେସିଆ ,ମାଲେସିଆ ,କେନିଆ ଓ ଭାରତରେ ଚାଷ କରାଯାଏ l ଅନେକ ଦେଶର ସଂସ୍କୃତିରେ ଏହାକୁ ଏକ ଔଷଧୀୟ ଗଛ ଭାବରେ ଗଣନା କରାଯାଏ l

ସପୁରୀର ଔଷଧୀୟ ଗୁଣ ବିଷୟରେ ଆମେ ଯାହା ଆପଣଙ୍କୁ କହିବୁ ତାହା ବୈଜ୍ଞାନିକ ଅଧୟନ କୁ ଆଧାର କରି ଆପଣଙ୍କ ପାଖରେ ଉପସ୍ଥାପନା କରୁଛୁ l

* ହାଡ଼କୁ ମଝବୁତ କରିଥାଏ -ହାଡ଼କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁଦୃଢ ଓ ମଝବୁତ ରଖିବା ପାଇଁ ସପୁରିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏଥିରେ ମାଙ୍ଗାନିଜ ଅଛି ,ଯାହା ହାଡ଼କୁ ମାଝବୁତ ରଖିବାରେ ମୁଖ୍ୟ ଖଣିଜ ପଦାର୍ଥ ଭାବରେ ଗାନ ଯାଇଥାଏ l NCBI ଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ କୁହ ଯାଇଛି ଯେ ଗୋଟିଏ ଦିନରେ ମହିଳାଙ୍କ ପାଇଁ ୧.୮ ମିଲିଗ୍ରାମ ଓ ପୁରୁଷଙ୍କ ପାଇଁ ୨.୩ ମିଲିଗ୍ରାମ ମାଙ୍ଗାନିଜ ଆବଶ୍ୟକ ହୋଇଥାଏ l ୧00 ଗ୍ରାମ ସପୁରୀରେ 0.୯୨୭ ମିଲିଗ୍ରାମ ମାଙ୍ଗାନିଜ ମିଳିଥାଏ ଯାହା ହାଡ଼କୁ ମାଝବୁତ ରଖିବା ସାହିତ ସୁସ୍ଥ ରଖିଥାଏ l ଏହା ବ୍ୟତୀତ କ୍ୟାଲସିୟମ ମଧ୍ୟ ସପୁରୀରେ ରହିଛି l ଏହି ଦୁଇଟି ଜରୁରୀ ପୋଷାକ ତତ୍ୱ ସପୁରୀରେ ରହିଥିବା ହେତୁ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

* ଶ୍ୱାସ ପାଇଁ ସପୁରୀ ହିତକର -ସପୁରୀ ବ୍ରୋମେଲେନ ଶ୍ୱାସ ରୋଗୀ ମାନଙ୍କ ପାଇଁ ସପୁରି ଏକ ବରଦାନ ସଦୃଶ l ଶ୍ୱାସ ଯୋଗୁ ଶ୍ୱାସନଳୀର ଫୁଲାକୁ କମ କରିବାରେ ସପୁରୀ ସାହାଯ୍ୟ କରିଥାଏ l NCBI ଦ୍ୱାରା ହୋଇଥିବା ଏକ ଅଧୟନ ଅନୁସାରେ ସପୁରୀରେ ଅର୍କ ଓ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ଅଛି ,ଯାହା ଆମ ଶ୍ୱାସ ନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

 

* ହୃତ୍ପିଣ୍ଡ ପାଇଁ ସପୁରି ହିତକର -ସପୁରୀକୁ ସେବନ କରିବା ଦ୍ୱାରା ଆମର ହୃତ୍ପିଣ୍ଡ ସୁସ୍ଥ ରହିବ l ଏଥିରେ କାର୍ଡିଓପ୍ରୋଟେକ୍ଟଟିଭ ଗୁଣ ମହଜୂତ ଅଛି l ଏକ ବୈଜ୍ଞାନିକ ଅଧୟନରୁ ଜଣାପଡିଛି ଯେ ଏଥିରେ ମହଜୂତ ଥିବା ବ୍ରୋମେଲେନ ଆମର କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଏହା ସହିତ ଆମ ଶରୀରରେ ରକ୍ତ ସଂଚାଳନ ଠିକ୍ ରେ କରାଇଥାଏ l

* ଓଜନ କମାଇବାରେ ସପୁରୀ ସାହାଯ୍ୟ କରେ- ସପୁରୀ ରସ ଓଜନ କମାଇବା ପାଇଁ ଏକ ରାମବାନ ସଦୃଶ l ମୂଷା ମାନଙ୍କ ଉପରେ ହୋଇଥିବା ଏକ ଗବେଷଣାରୁ ଜଣ ପଡିଛି ଯେ ସପୁରୀରେ ଆଣ୍ଟିଓ଼ବେସିଟି ତତ୍ୱ ରହିଛି l ଆହୁରି ମଧ୍ୟ ସପୁରୀରେ ଲିପୋଜେନେସୀସ ଥିବା କାରଣରୁ ସପୁରୀ ଆମ ଶରୀରରେ ଥିବା ଚର୍ବିକୁ କମ କରିବାରେ ସାହାଯ୍ୟ କରିଥାଏ l ଯଦିଆମେ ସକାଳୁ ସପୁରୀରସ ପିଇବା ତେବେ ଓଜନ କମିବାରେ ଏହା ସାହାଯ୍ୟ କରିବ l

* ପାଚନ ତନ୍ତ୍ରକୁ ଠିକ ରଖେ -ସପୁରୀର ଲାଭ ବିଷୟରେ ଯଦି ଆମେ କହିବା ତେବେ ଗୋଟିଏ ମହତ୍ୱ ପୂର୍ଣ୍ଣ ଲାଭ ହେଲା ଏହା ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ ସମସ୍ତ ପ୍ରକାରର ପେଟ ରୋଗରୁ ଦୁରେଇ ରଖିଥାଏ l NCBI ର ହୋଇଥିବା ଏକ ଅଧୟନ ଅନୁସାରେ ଗଛ ଓ ଫଳମୂଳରୁ ମିଳୁଥିବା ଏଞ୍ଜାଇମ ଯେପରି କି ବ୍ରୋମୋଲେନ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ବ୍ରୋମୋଲେନ ଏହା ଏକ ଏପରି ଏଞ୍ଜାଇମ ଯାହା ଆମ ଶରୀରରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସହାୟକ ହୁଏ ଓ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ l ଏହାକୁ ଅଧାର କରି କୁହାଯାଉଛି ଯେ ସପୁରୀ ଆମର ପାଚନ ପ୍ରକ୍ରିୟା ପାଇଁ ହିତକର l

Show More

Related Articles

Back to top button