ଜୀବନଚର୍ଯ୍ୟା

ରାତିରେ ଭୁଲ୍ ରେ ସୁଧା ଖାଆନ୍ତୁ ନାହିଁ ଏହି ଜିନିଷ : ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି

ରାତ୍ରି ସମୟରେ ଅଧିକାଂଶ ପରିବାରରେ କିଛିଟା ଜନିଷକୁ ଖାଇବାକୁ ବାରଣ କରାଯାଇଥାଏ l ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ l କୁହାଯାଏ ଯେ ରାତି ସମୟରେ ଏପରି କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି l ତା ସହିତ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ l ଆସନ୍ତୁ ଜାଣିବା-

* ଧାର୍ମିକ ମାନ୍ୟତା ଅନୁସାରେ ରାତ୍ରି ସମୟରେ କ୍ଷୀର ପିଇବା ତ ଠିକ କଥା କିନ୍ତୁ ରାତିରେ ଦହି ଖାଇବା ଉଚିତ ନୁହେଁ l ଏହାର ଗୋଟିଏ କାରଣ ହେଲା ଦହି ଥଣ୍ଡା ଜିନିଷରେ ଗଣା ହୁଏ ଯାହା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କ୍ଷତି କାରକ l ଧାର୍ମିକ ଦୃଷ୍ଟିରୁ ମଧ୍ୟ ଦଧି ଅନ୍ନ ଖାଇବାକୁ ରାତ୍ରି ସମୟରେ ବାରଣ କରା ଯାଇଥାଏ l କାରଣ ଏହାଦ୍ୱାରା ଧନ ହାନି ହୋଇଥାଏ l ଏହା ବ୍ୟତୀତ ଭାତ ,ମୂଳା ଇତ୍ୟାଦି ରାତିରେ ଖାଇବା ଉଚିତ ନୁହେଁ l

* ଭୋଜନ କରିବା ସମୟରେ ଆପଣଙ୍କ ମୁଖ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଆବଶ୍ୟକ l ଅନ୍ୟଥା ଧନ ହାନି ହେବାର ସମ୍ଭାବନା ଥାଏ l ଏହା ସହିତ ଜୋତା ପିନ୍ଧି ମଧ୍ୟ ଖାଇବା ଉଚିତ ନୁହେଁ l ଖାଦ୍ୟ ଗ୍ରହଣ କରିବାର ସବୁଠୁ ସଠିକ ସ୍ଥାନ ହେଉଛି ରୋଷେଇ ଘର l କୁହାଯାଏ ଯେ ଏହାଦ୍ୱାରା ରାହୁ ଶାନ୍ତ ହୋଇଥାନ୍ତି l

* ଭୋଜନ କରିବା ପୂର୍ବରୁ ନିଜର ୫ଟି ଅଙ୍ଗ ଯେପରିକି ଦୁଇ ହାତ ,ଦୁଇ ଗୋଡ ଓ ମୁଖକୁ ଧୋଇବା ଆବଶ୍ୟକ l ଭୋଜନ ଗ୍ରହଣ କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଗ୍ରହଣ କରିବା ଆବଶ୍ୟକ l

* ଭୋଜନ ଗ୍ରହଣ କରିବା ପୂର୍ବରୁ ଘର ବାହାରେ ଗାଈ କିମ୍ବା କୁକୁରକୁ ଭୋଜନ ଦେବା ଆବଶ୍ୟକ l ଏହାଦ୍ୱାରା ଆପଣଙ୍କ ପରିବାରର ରିଷ୍ଟ ଖଣ୍ଡନ ହେବ l

* କଦାପି ଭଙ୍ଗା ବାସନରେ ଭୋଜନ କରିବା ଉଚିତ ନୁହେଁ l ଭୋଜନ କଦାପି ଓସ୍ତ କିମ୍ବା ବରଗଛ ତଳେ କରିବା ଉଚିତ ନୁହେଁ l ଭୋଜନର କଦାପି ନିନ୍ଦା କରିବା ଉଚିତ ନୁହେଁ ଓ ଫୋପାଡିବା ଉଚିତ ନୁହେଁ l ଖାଇବା ବେଳେ ଯେଉଁ ଲୋକମାନେ କ୍ରୋଧ କରିଥାନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l

Show More

Related Articles

Back to top button