ବାଣିଜ୍ୟ

LICର IPO ଦେଇପାରେ ଝଟକା

୮ ଟଙ୍କା ଡିସକାଉଣ୍ଟରେ ଚାଲିଛି ବୀମା କମ୍ପାନୀର ସେୟାର

ଏଲଆଇସିର ଆଇପିଓ ସବସ୍କ୍ରିପସନ ସୋମବାର ମେ ୯ରୁ ବନ୍ଦ ହୋଇସାରିଛି । ବୀମା କମ୍ପାନୀରେ ଟଙ୍କା ଲଗାଇଥିବା ନିବେଶକଙ୍କ ନଜର ଏବେ ସେୟାର ଆଲଟମେଣ୍ଟର ଘୋଷଣା ଉପରେ ରହିଛି। ଏଲଆଇସିସ ଗୁରୁବାର ମେ ୧୨ରେ ସେୟାର ଆଲଟମେଣ୍ଟ କରିପାରେ। ଏହାରି ଭିତରେ ଗତ କିଛି ଦିନରେ ଗ୍ରେ ମାର୍କେଟରେ ଏଲଆଇସିର ଆଇପିଓ ପ୍ରିମିୟର ଲାଗାତାର ହ୍ରାସ ହେଉଛି । ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଲଆଇସିର ସେୟାର ବୁଧବାର ଗ୍ରେ ମାର୍କେଟରେ ୮ ଟଙ୍କା ଡିସକାଉଣ୍ଟରେ ରହିଛି । ଅର୍ଥାତ, ଏଲଆଇସିର ସେୟାର ପ୍ରାଇସ ଇସ୍ୟୁ ପ୍ରାଇସ ଠାରୁ ୮ ଟଙ୍କା ତଳେ ରହିଛି। ଗ୍ରେ ମାର୍କେଟରେ ଚାଲିଥିବା ମୂଲ୍ୟରୁ ଅନୁମାନ କରାଯାଉଛି ଯେ, ଏଲଆଇସିର ସେୟାର ଇସ୍ୟୁ ପ୍ରାଇସଠାରୁ କମରେ ଲିଷ୍ଟ ହୋଇପାରେ।

ବିଜାର ବିଶେଷଜ୍ଞଙ୍କ ଅନୁସାରେ, ଷ୍ଟକ ଏକ୍ସଚେଞ୍ଜରେ ନକାରାତ୍ମକ ଉତ୍ସାହ ପାଇଁ ଗତ ଏକ ସପ୍ତାହରେ ଏଲଆଇସି ଆଇପିଓର ଗ୍ରେ ମାର୍କେଟ ପ୍ରିମିୟମ ହ୍ରାସ ହୋଇଛି ଏବଂ ଏହା ଲାଲ ଜୋନରେ ଚାଲିଛି । ବୁଧବାର ଏଲଆଇସିର ଆଇପିଓ ଗ୍ରେ ମାର୍କେଟ ପ୍ରିମିୟମ ବିଯୁକ୍ତ ୮ ଟଙ୍କାରେ ପହଞ୍ଚିଥିଲା। ଏହିପରି ଏଲଆଇସିର ଆଇପିଓ ଗ୍ରେ ବଜାର ପ୍ରିମିୟମ ୩୩ ଟଙ୍କା ହ୍ରାସ ପାଇଛି । ମଙ୍ଗଳବାର ଗ୍ରେ ମାର୍କେଟରେ ଏଲଆଇସି ଆଇପିଓର ପ୍ରିମିୟମ ୨୫ ଟଙ୍କା ରହିଥିଲା। ବୀମା କମ୍ପାନୀର ଆଇପିଓର ସବସ୍କ୍ରିପସନ ଆରମ୍ଭ ହେବା ପୂର୍ବରୁ ଗ୍ରେ ମାର୍କେଟରେ ଏହାର ପ୍ରିମିୟମ ୯୨ ଟଙ୍କା ରହିଥିଲା। କିନ୍ତୁ ବୈଶ୍ୱିକ ବାଜରରେ ନକାରାତ୍ମକ ଉତ୍ସାହ ପରେ ଆଇପିଓର ଗ୍ରେ ମାର୍କେଟ ପ୍ରିମିୟମରେ ଲଗାତାର ହ୍ରାସ ଘଟୁଛି । ଗ୍ରେ ମାର୍କେଟ ରିହାତିର ଅର୍ଥ ବୀମା କମ୍ପାନୀର ସେୟାର, ଆବଣ୍ଟନ ମୂଲ୍ୟର ତଳେ ଲିଷ୍ଟ ହୋଇପାରେ । ଯଦି ଏଲଆଇସିର ସେୟାର ୯୪୯ ଟଙ୍କା ଉପରେ ଆବଣ୍ଟିତ ହୁଏ ତେବେ ବୁଧବାର ଡିସକାଉଣ୍ଟ ହିସାବରେ ଏଲଆଇସିର ସେୟାର ଗୁଡିକର ଏକ୍ସଚେଞ୍ଜ ଲିଷ୍ଟିଂ ୯୪୧ ଟଙ୍କା ପାଖାପାଖି ହୋଇପାରେ। ଏଲଆଇସିର ଆଇପିଓ ୨.୯୫ ଗୁଣା ଅଧିକ ସବସ୍କ୍ରାଇବ ହୋଇଥିଲା। ଏହାର ପଲିସିଧାରକଙ୍କ କୋଟା ୬.୧୨ ଗୁଣା ଅଧିକ ସବସ୍କ୍ରାଇବ ହୋଇଛି। ସେହିପରି କର୍ମଚାରୀଙ୍କ କୋଟାରେ ୪.୪୦ ଗୁଣା ସବସ୍କ୍ରାଇବ ହୋଇଛି।

Show More

Related Articles

Back to top button