ଓଡ଼ିଶାଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା LIC ବ୍ରାଞ୍ଚ ମ୍ୟାନେଜରଙ୍କ ଜୀବନ

ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା LIC ବ୍ରାଞ୍ଚ ମ୍ୟାନେଜରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ । ମୃତକଙ୍କ ନାଁ ନାରାୟଣ ଚନ୍ଦ୍ର ମଲ୍ଲିକ। ସେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ଏକ ମିଟିଂରେ ଯୋଗ ଦେବା ପାଇଁ କେନ୍ଦୁଝରରୁ କାର୍‌ ଯୋଗେ ଆନନ୍ଦପୁର ଅଭିମୁଖେ ଆସୁଥିଲେ ନାରାୟଣ । ଦରଖଳା ଘାଟି ନିକଟରେ ତାଙ୍କ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button