ଦେଶ ବିଦେଶରାଜନୀତି

କଂଗ୍ରେସରେ ଚିଠି ବିବାଦ; ପଦ ଛାଡିବାକୁ ସୋନିଆଙ୍କ ଜିଦି

କଂଗ୍ରେସରେ ନେତୃତ୍ୱକୁ ନେଇ ଦଳରେ ଥିବା ଦୁଇ ଗୋଷ୍ଠୀ ସାମ୍ନାସାମ୍ନି ହୋଇଛନ୍ତି । କଂଗ୍ରେସର ସିଡବ୍ଲୁସି ବୈଠକରେ ଲିକ୍ ହୋଇଥିବା ଚିଠିକୁ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ୱକୁ ନେଇ ଦଳରେ ଥିବା ଦୁଇ ଗୋଷ୍ଠୀ ସାମ୍ନାସାମ୍ନି ହୋଇଛନ୍ତି । କଂଗ୍ରେସର ସିଡବ୍ଲୁସି ବୈଠକରେ ଲିକ୍ ହୋଇଥିବା ଚିଠିକୁ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି । ଚିଠିକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ଦୁଃଖପ୍ରକାଶ କରିଛନ୍ତି । ଏହାକୁ ନେଇ ନିଜର ପଦ ଛାଡିବାକୁ ରାଜି ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
ସୂଚନା ଅନୁସାରେ, ସୋନିଆ ଗାନ୍ଧି ମେଡିକାଲରେ ଥିବା ସମୟରେ ଏହି ପତ୍ର କାହିଁକି ପଠାଗଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ କଂଗ୍ରେସର ବୈଠକରେ ଆଲୋଚନା ହେବା ଦରକାର ନା ଗଣମାଧ୍ୟମରେ ହେବା ଦରକାର ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ବୈଠକ ଆରମ୍ଭରୁ ସୋନିଆ ଗାନ୍ଧି ପଦ ଛାଡିବାକୁ କହିଥିଲେ । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଏ.କେ, ଆଣ୍ଟୋନି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ନିଜର କାର୍ଯ୍ୟକାଳ ପୂରଣ କରିବାକୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ, ଗୁଲାମ ନବ୍ବି ଆଜାଦ, ଶଶି ଥରୁର ଓ କପିଲ ସିବଲ ଭଳି ୨୩ ଜଣ ବରିଷ୍ଠ ନେତା କଂଗ୍ରେସରେ ନୂଆ ନେତୃତ୍ୱ ପାଇଁ ଚିଠି ଲେଖିଥିଲେ ।

Show More

Related Articles

Back to top button