ଦେଶ ବିଦେଶରାଜନୀତି

ନେତୃତ୍ୱ ନାଟକରେ ପଡ଼ିଲା ଯବନିକା; ସୋନିଆ ହିଁ ରହିବେ ଅନ୍ତରୀଣ ଅଧ୍ୟକ୍ଷା

କଂଗ୍ରେସର ଦଳର ନେତୃତ୍ୱ ନାଟକରେ ପଡ଼ିଲା ଯବନିକା । ଆଗାମୀ ଛଅ ମାସ ଯାଏଁ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ଦଳର ଦୈନନ୍ଦିନ କାର୍ଯ୍ୟ କରିବାକୁ ଏକ କମିଟି ଗଠନ କରାଯିବ ।

ନୂଆଦିଲ୍ଲୀ: କଂଗ୍ରେସର ଦଳର ନେତୃତ୍ୱ ନାଟକରେ ପଡ଼ିଲା ଯବନିକା । ଆଗାମୀ ଛଅ ମାସ ଯାଏଁ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ଦଳର ଦୈନନ୍ଦିନ କାର୍ଯ୍ୟ କରିବାକୁ ଏକ କମିଟି ଗଠନ କରାଯିବ । ଦୀର୍ଘ ସାତ ଘଣ୍ଟା ଧରି କଂଗ୍ରେସ ୱାର୍କିଙ୍ଗ୍ କମିଟି ବୈଠକ ବସିଥିଲା। ଏହାକୁ ନେଇ ସୋନିଆ କହିଥିଲେ, କଂଗ୍ରେସ ଏକ ବଡ଼ ପରିବାର ଓ କାହା ମନରେ ଏହାକୁ ନେଇ କୌଣସି ମନ୍ତାନ୍ତର ରହିବା ଆବଶ୍ୟକ ନାହିଁ ଽ ଆଗାମୀ ଛଅ ମାସ ପରେ ‘ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି’ରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।
ସୂଚନାଯୋଗ୍ୟ ଯେ, ଦଳର ଅଭ୍ୟନ୍ତରୀଣ ବ୍ୟବସ୍ଥାକୁ ପୂର୍ଣ୍ଣରୂପେ ଯାଞ୍ଚ କରିବାକୁ ଅନୁରୋଧ କରି କଂଗ୍ରେସର ୨୩ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଲେଖିଥିଲେ । ଯାହାକୁ ନେଇ ଆଜି ବୈଠକରେ ଜୋରଦାର ବିରୋଧ ଦେଖିବାକୁ ମିଳିଥିଲା । ବୈଠକରେ ସୋନିଆ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ‘ସିଡବ୍ଲୁସି’ ସଦସ୍ୟମାନଙ୍କୁ କହିଥିଲେ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ନେତା ସୋନିଆଙ୍କୁ କଂଗ୍ରେସ ଅଧ୍ୟକ୍ଷା ଭାବେ ରହିବାକୁ ଅନୁରୋଧ କରିଥିଲେ।

Show More

Related Articles

Back to top button