ଓଡ଼ିଶା

ୟୁଜିସି ନେଟ୍‍ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ଆବେଦନ ସୁଯୋଗ

ୟୁଜିସି ନେଟ୍‍ ପରୀକ୍ଷା ପାଇଁ ଫର୍ମ ଆବେଦନ କରିପାରି ନଥିବା କିମ୍ବା ଆବେଦନ କରି ଅନ୍‍ଲାଇନ୍‍ ପ୍ରକ୍ରିୟାରେ ଫର୍ମ ଦାଖଲ କରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ଆବେଦନ ସୁଯୋଗ।

ଭୁବନେଶ୍ୱର : ୟୁଜିସି ନେଟ୍‍ ପରୀକ୍ଷା ପାଇଁ ଫର୍ମ ଆବେଦନ କରିପାରି ନଥିବା କିମ୍ବା ଆବେଦନ କରି ଅନ୍‍ଲାଇନ୍‍ ପ୍ରକ୍ରିୟାରେ ଫର୍ମ ଦାଖଲ କରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ଆବେଦନ ସୁଯୋଗ। ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‍ଟିଏ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀ ଅଗଷ୍ଟ ୨୨ରୁ ସେପ୍ଟେମ୍ବର ୧୦ମଧ୍ୟରେ ୱେବସାଇଟ୍‍ (www.csirnet.nta.nic.in)କୁ ଯାଇ ଫର୍ମ ଆବେଦନ କରିପାରିବେ। ଏନେଇ ଏନ୍‍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାର୍ଥୀ ୧୦ ସେପ୍ଟେମ୍ବର ଅପରାହ୍ଣ ୫ଟା ମଧ୍ୟରେ ଫର୍ମ ଦାଖଲ କରିବା ସହିତ ସେହିଦିନ ରାତି ୧୧.୫୯ମିନିଟ୍‍ ସୁଦ୍ଧା ଫି. ଦାଖଲ କରିବାକୁ କୁହାଯାଇଛି। ସେପ୍ଟେମ୍ବର ୧୧ରୁ ୧୭ ତାରିଖ ମଧ୍ୟରେ ବିଦ୍ୟାର୍ଥୀ ତ୍ରୁଟି ସଂଶୋଧନ ଏବଂ ପରୀକ୍ଷା କେନ୍ଦ୍ର ସହରକୁ ପରିବର୍ତ୍ତନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Show More

Related Articles

Back to top button