ମନୋରଞ୍ଜନ

ଅଜବ ପରୀକ୍ଷା; ସଙ୍ଗୀତ ସମାରୋହ ଆୟୋଜନ କରି ଖୋଜାଗଲା ସଂକ୍ରମଣ

ଘାତକ ଭୂତାଣୁର ସଂକ୍ରମଣର ଅନୁଧ୍ୟାନ ପାଇଁ ଜର୍ମାନୀରେ ବିଶେଷଜ୍ଞମାନେ ଏକ ଅଭିନବ କୌଶଳ ଆପଣେଇଛନ୍ତି। ବିରାଟ ସମାବେଶ କି ମହୋତ୍ସବ ପରି ଅତି ଗହଳି ସ୍ଥାନରେ ସଂକ୍ରମଣକୁ କିପରି ରୋକାଯାଇପାରିବ ତାହାର ପରୀକ୍ଷା ନିରୀକ୍ଷା ପାଇଁ ଜର୍ମାନୀର ହାଲେ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ବିଶାଳ ସଂଗୀତ ସମାରୋହର ଆୟୋଜନ କରାଇଥିଲେ।

ନୂଆଦିଲ୍ଲୀ: ମହାମାରୀ କୋରୋନା ନେଇ ସାରା ବିଶ୍ୱରେ ହାହାକାର ପରିସ୍ଥିତି । ଏହାର ମୁକାବିଲା କରିବା ପାଇଁ ଉତ୍ତମ ଚିକିତ୍ସା ଓ ଟୀକାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ ଦେଶ। ତେବେ ଏହି ଘାତକ ଭୂତାଣୁର ସଂକ୍ରମଣର ଅନୁଧ୍ୟାନ ପାଇଁ ଜର୍ମାନୀରେ ବିଶେଷଜ୍ଞମାନେ ଏକ ଅଭିନବ କୌଶଳ ଆପଣେଇଛନ୍ତି। ବିରାଟ ସମାବେଶ କି ମହୋତ୍ସବ ପରି ଅତି ଗହଳି ସ୍ଥାନରେ ସଂକ୍ରମଣକୁ କିପରି ରୋକାଯାଇପାରିବ ତାହାର ପରୀକ୍ଷା ନିରୀକ୍ଷା ପାଇଁ ଜର୍ମାନୀର ହାଲେ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ବିଶାଳ ସଂଗୀତ ସମାରୋହର ଆୟୋଜନ କରାଇଥିଲେ।
ଏକ ନିବୁଜ ଶୀତତାପ ନିୟନ୍ତ୍ରିତ ଗୋଷ୍ଠୀ ଗୃହରେ ଏହି ପରୀକ୍ଷା କରାଯାଇଥିଲା । ଆୟୋଜିତ ଏହି ସମାରୋହରେ ୧୫୦୦ରୁ ଅଧିକ ଦର୍ଶକ ଯେଉଁମାନଙ୍କ ଠାରେ କରୋନା ଭୂତାଣୁ ନେଗେଟିଭ୍ ଥିଲା ସେମାନେ ଉପସ୍ଥିତ ଥିଲେ। ସମସ୍ତ ଦର୍ଶକଙ୍କୁ ଫେସ୍‌ ମାସ୍କ, କଣ୍ଟାକ୍ଟ ଟ୍ରେସର ଏବଂ ଫ୍ଲୋରୋସେଣ୍ଟ୍‌ ହାଣ୍ଡ୍‌ ଜେଲ୍‌ ଯୋଗାଇ ଦିଆଯାଇଥିଲା। ହଲ୍‌ ଭିତରେ ଦର୍ଶକମାନେ ପ୍ରସିଦ୍ଧ ଜର୍ମାନ କଣ୍ଠଶିଳ୍ପୀ ଟିମ୍‌ ବେଞ୍ଜକୋଙ୍କ ସଂଗୀତ ପରିବେଷଣକୁ ଉପଭୋଗ କରୁଥିଲେ। ଏତେ ଗହଳି ମଧ୍ୟରେ ଦର୍ଶକମାନଙ୍କ ଭିତରେ କରୋନା ଭୂତାଣୁ କିପରି ସଂକ୍ରମିତ ହେଉଛି ଗବେଷକମାନେ ସେ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରି ଚାଲିଥିଲେ। ଯେହେତୁ କୋଭିଡ୍‌ ପାଇଁ ପୁଣି ଥରେ ଲକ୍‌ଡାଉନ୍‌ ସ୍ଥିତି ଜାରି କରିବାର ସମ୍ଭାବନା ନାହିଁ, ତେଣୁ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଏପରି ସମାବେଶ ବା ହୋଟେଲ ବଜାର ଚାଲୁ କରାଯାଇପାରିବ, ସେ ସମ୍ପର୍କରେ କିଛି ପରାମର୍ଶ ଏହି ଅନୁଧ୍ୟାନରୁ ମିଳିପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି।

Show More

Related Articles

Back to top button