ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଶୀତଦିନେ ମେଥିଶାଗ ଖାଇବାର ଫାଇଦା

ଶୀତଦିନରେ ସେହି ଆସିଗଲା ଯେତେବେଳେ ଚାରିଆଡେ ସବୁଜ ପନିପରିବା ସହିତ ବିଭିନ୍ନ ଶାଗ ଜାତାୟ ପରିବା ମଧ୍ୟ ଦେଖିବାକୁ ମିଳିଥାଏ l ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ମେଥି ଶାଗ ,ଯାହାର ଅନେକ ଗୁଡିଏ ଲାଭଦାୟକ ଗୁଣ ଲୁଚି ରହିଛି l ଆମେ ଏମିତିରେ ଦେଖିବାକୁ ଗଲେ ମେଥି ,ମଞ୍ଜିର ବ୍ୟବହାର ଆମ ଖାଇବାରେ କରିଥାଉ l କିନ୍ତୁ ତା ସହିତ ମେଥି ସାଗର ସବୁଜ ରଙ୍ଗର ପତ୍ରକୁ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ

ଖାସ କରି ଶୀତଦିନେ ଏହି ଶାଗଟିକୁ ଦେଖିବାକୁ ମିଳିଥାଏ l ମେଥିକୁ ଆମେ ଯେକୌଣସି ଉପାୟରେ ରାନ୍ଧିକି ଖାଇଲେ ମଧ୍ୟ ଲାଭ ମିଳିଥାଏ l ମେଥିର ପ୍ରସ୍ତୁତ ରୁଟି ,ପରଟା ଇତ୍ୟାଦି ଦେହ ପାଇଁ ଅତ୍ୟନ୍ତ ଉପଯୋଗୀ l କିନ୍ତୁ ସେଥିପାଇଁ ସବୁଜ ମେଥିପତ୍ର ନିହାତି ଆବଶ୍ୟକ l ଆଜି ଆସନ୍ତୁ ଜାଣିବା ମେଥି ଶାଗର ଉପକାରିତା ବିଷୟରେ l

* କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ମେଥି -ବଢିଥିବା କୋଲେଷ୍ଟ୍ରଲ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ l ମେଥି ପତ୍ରରେ ଅନେକ ଶକ୍ତିଶାଳୀ ଗୁଣ ରହିଛି ,ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ l ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ହଟାଇ ଭଲ କୋଲେଷ୍ଟ୍ରଲକୁ ସ୍ଥାପନ କରିବା ପାଇଁ ଶୀତଦିନେ ନିଜ ଖାଦ୍ୟରେ ମେଥି ସାମିଲ କରନ୍ତୁ l

* ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖେ-ମେଥି ଅଧିକାଂଶ ରୋଗକୁ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ସେହିଭଳି ମେଥି ଶାଗକୁ ମଧ୍ୟ ଆୟୁର୍ବେଦରେ ଗୋଟିଏ ଔଷଧର ସ୍ଥାନ ଦିଆ ଯାଇଛି l ମେଥି ଶାଗରେ ହାଇଡ୍ରୋକିସିଲୁସିନ ନାମକ ଏକ ଅମିନୋ ଏସିଡ ରହିଛି ,ଯାହା ମଧୁମେହ ରୋଧକ ଗୁଣରେ ଭରପୁର l

* ସୁସ୍ଥ ତ୍ୱଚାପାଇଁ ମେଥିଶାଗ ହିତକାରୀ -ମେଥି ଶାଗରେ ଆଣ୍ଟିଆକ୍ସିଡେଣ୍ଟ ଓ ଅନେକ ଆବଶ୍ୟକ ଭିଟାମିନ ରହିଥିବାରୁ ଏହା ଆପଣଙ୍କ ତ୍ୱଚା ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ l ମେଥି ପତ୍ର ଆପଣଙ୍କ ତ୍ୱଚା ଓ ସ୍ୱାସ୍ଥ୍ୟ ଉଭୟ ପାଇଁ ହିତକର l ଏହା ଆପଣଙ୍କ ରକ୍ତକୁ ସ୍ୱଚ୍ଛ କରିବା ସହିତ ଚମଡ଼ାରେ ସଂକ୍ରମଣ ଆସିବାକୁ ଦିଏ ନାହିଁ l

* ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ -ମେଥି ପତ୍ର ପାଚନ ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବରେ ସାହାଯ୍ୟ କରିଥାଏ l ଯଦି ଆପଣ ମଧ୍ୟ ପାଚନ ସମସ୍ୟା ସହିତ ଯୋଡି ହୋଇଥିବା ବିଭିନ୍ନ ଅସୁବିଧାକୁ ସାମ୍ନା କରୁଛନ୍ତି ,ତେବେ ମେଥି ଶାଗକୁ ନିଜ ଖାଇବାରେ ନିଶ୍ଚିନ୍ତ ସାମିଲ କରନ୍ତୁ l ମେଥିଶାଗ ଗ୍ୟାସକୁ କାମାଇବା ସହିତ ଅନ୍ତନଳୀକୁ ସୁସ୍ଥ ରଖିଥାଏ l

* ଓଜନ ନିୟନ୍ତ୍ରଣ କରିଥାଏ ମେଥିଶାଗ -ଶୀତଋତୁରେ ମେଥିଶାଗ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ମେଥି ଏକ ପ୍ରକାରର ସ୍ୱାଦିଷ୍ଟ ଶାଗ ଅଟେ ଓ ଏହାକୁ ସେବନ କରିବା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳେ l ମେଥିଶାଗରେ ଫାଇବର ରହିଛି l ଯାହା ଦ୍ୱାରା ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ ଓ ଡେରି ପର୍ଯ୍ୟନ୍ତ ଭୋକ ଲାଗେନାହିଁ l ଯତେଣୁ ମେଥିଶାଗ ଶୀତଦିନେ ବ୍ୟବହାର କରନ୍ତୁ l

Show More

Related Articles

Back to top button