ସ୍ୱାସ୍ଥ୍ୟ

କୁକୁଡ଼ାକୁ ନମାରି ମଧ୍ୟ ଖାଇପାରିବେ ଚିକେନ

ତେବେ ଆସନ୍ତୁ ଜାଣିବା କିପରି-

ବର୍ତମାନ କୁକୁଡ଼ାକୁ ମରା ନଯାଇ ଲୋକମାନେ ଚିକେନ ଖାଇ ପାରିବେ l ମାଂସ ଓ ଅଣ୍ଡାର ବିକଳ୍ପ ପ୍ରସ୍ତୁତ କରୁଥିବା ସିଙ୍ଗାପୁରର ଇଟିଜଷ୍ଟ କମ୍ପାନୀକୁ କ୍ଲିନ ମିଟ ବିକିବାର ଅନୁମତି ମିଳି ଯାଇଛି l ଏପରି କରିବା ସିଙ୍ଗାପୁର ଦୁନିଆର ପ୍ରଥମ ଦେଶ ଅଟେ l ଗବେଷକ ମାନଙ୍କ ଅନୁସାରେ ପ୍ରଥମେ ଏହି କ୍ଲିନମିଟର ମାଂସକୁ ନଗେଟ୍ସ ଭାବରେ ବଜାରରେ ମିଳିବ l ଏହା କେବେ ସମ୍ପୂର୍ଣ୍ଣ ଭାବରେ ବଜାରରେ ଉପଲବ୍ଧ ହେବ ତାହା ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ l

କମ୍ପାନୀ ଅଧିକାରୀ ମାନେ କହିଛନ୍ତି ବିଶ୍ୱ ଖାଦ୍ୟ ଉଦ୍ୟଗ ପାଇଁ ଏହା ଏକ ପ୍ରଧାନ ଗବେଷଣା ଅଟେ ଓ ଆଶା କରୁଛୁ ଯେ ଅନ୍ୟ ଦେଶ ମଧ୍ୟ ସିଙ୍ଗାପୁର ଭଳି ଏହାକୁ ମଞ୍ଜୁରୀ ଦେବେ l ଆମେ ଆଶା କରୁଛୁ ଯେ ପାରମ୍ପରିକ ମାଂସ ଖାଉଥିବା ଲୋକ ମାନଙ୍କୁ ଏହା ପସନ୍ଦ ଆସିବ l ଲୋକମାନଙ୍କ ଚାହିଦାକୁ ଦେଖି ଏହାର ଉତ୍ପାଦନ କ୍ଷମତାକୁ ବଢାଯିବ l ବର୍ତମାନ ଆଶା କରାଯାଉଁଛି ଯେ ଏହା ଲୋକମାନଙ୍କ ପାଖରେ ଆଦୃତ ହେବା ସହିତ ସ୍ୱାଦଯୁକ୍ତ ରହିବ ଏବଂ ତାଙ୍କ ପାକେଟ ଉପରେ ଅଟେ ପ୍ରଭାବ ପକାଇବା ନାହିଁ l ଅଧିକାଂଶ ଲୋକ ପର୍ଯାବରଣ ସହିତ ଏଥିରୁ ମିଳୁଥିବା ଲାଭକୁ ଦେଖି ଏହି ମାଂସର ପ୍ରଶଂସା କରୁଛନ୍ତି l

ବୈଜ୍ଞାନିକ ମାନେ ଏହି ନିଷ୍ପତିକୁ ନେଇ ମତ ଦେଇଛନ୍ତି ମିଟ କମ୍ପାନୀ ମାନଙ୍କର ଉଦ୍ୟଗକୁ ଏହା ଉପରକୁ ଉଠାଇବ l ବୈଜ୍ଞାନିକଙ୍କ ଅନୁସାରେ ବିଶେଷ ପରିସ୍ଥିତିକୁ ନେଇ ଏହି ଫଇସଲା ଜଳବାୟୁ ଉପରେ ପ୍ରଭାବ ପକାଇ ନପାରେ l

ଏଜେନ୍ସିରୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦଳ ପ୍ରସ୍ତୁତ କରାଯାଇଛି ଯେଉଁମାନେ ଏହି ମାଂସକୁ ପ୍ରସ୍ତୁତ କରିବା ସମୟରେ ସୁରକ୍ଷାର ମନଦଣ୍ଡକୁ ପାଳନ କରିବେ l କମ୍ପାନୀରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ପାରମ୍ପରିକ ଚିକେନ ତୁଳନାରେ ଗବେଷଣା ଗାରାରେ ପ୍ରସୂତ ହୋଇଥିବା ମାଂସରେ ମାଇକ୍ରୋ ବାୟୋଲୋଜିକାଲ ତତ୍ୱ ବହୁତ କମ ରହିବ l ଏହି ମାଂସ ସିଧା ସଳଖ ଜୀବ ମାନଙ୍କର କୋଷିକାରୁ ଗବେଷଣା ଗାରାରେ ପ୍ରସ୍ତୁତ କରାଯାଇଥାଏ ଓ ଏହି ସମସ୍ତ ପ୍ରକ୍ରିୟାରେ ଆଣ୍ଟିବାୟୋଟିକର ବ୍ୟବହାର ମଧ୍ୟ କରାଯାଏ ନାହିଁ ଏହି ମାଂସ ସମ୍ପୂର୍ଣ ଭାବରେ ସୁରକ୍ଷିତ ଅଟେ l

Show More

Related Articles

Back to top button