ଜୀବନଚର୍ଯ୍ୟା

ଏହି ୫ଟି ଉପାୟରେ ଘରର ସୁଖ ପାଇଁ ପଦ୍ମଫୁଲ ଓ ହଳଦିଆ ଫୁଲର ବ୍ୟବହାର କରନ୍ତୁ

ଆମ ସନାତନ ଧର୍ମରେ ଭଗବତ ବିଶ୍ୱାସ ସହିତ ଆମେ ଆମର ପରମ୍ପରା ଓ ସଂସ୍କୃତିକୁ ଗୋଟିଏ ଅଂଶ ବୋଲି ଭାବିଥାଉ l ଦେବାଦେବୀଙ୍କୁ ଆମେ ଯେତିକି ବିଶ୍ୱାସ କରିଥାଉ ଓ ଭକ୍ତି କରିଥାଉ ତାଙ୍କ ସହିତ ଜଡିତ ଜିନିଷ ଗୁଡିକୁ ମଧ୍ୟ ସେତିକି ମାନ୍ୟତା ଦେଇଥାଉ

ଆମ ହିନ୍ଦୁ ଦେବାଦେବୀଙ୍କୁ ପୁଷ୍ପ ସମର୍ପଣ କରାଯାଇ ପୂଜା କରାଯିବ ଗୋଟିଏ ପୁରୁଣା ପରମ୍ପରା ଅଟେ l ସେହି ଫୁଲ ମାନଙ୍କ ମଧ୍ୟରୁ ଗୋଟିଏ ଏପରି ଫୁଲ ଅଛି ଯାହାର ମାନ୍ୟତା ସ୍ୱର୍ଗ ଲୋକରୁ ନେଇ ପୃଥିବୀ ଲୋକ ପର୍ଯ୍ୟନ୍ତ ରହିଛି l ତାହା ହେଉଛି ପଦ୍ମ ଫୁଲ l ଯାହାକୁ ଆମେ କମଳ ପୁଷ୍ପ ନାମରେ ଜାଣିଥାଉ l ମା ସରସ୍ୱତୀ ଓ ଲକ୍ଷ୍ମୀଙ୍କର କମଳ ପୁଷ୍ପ ଅତ୍ୟନ୍ତ ପ୍ରିୟ ଅଟେ l

* ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ କମଳ ପୁଷ୍ପକୁ ସମୃଦ୍ଧି ଓ ନିର୍ମଳତାର ଚିହ୍ନ ବୋଲି ଗ୍ରହଣ କରାଯାଏ l ଯେ କୌଣସି ପୂଜା ସମୟରେ କିମ୍ବା ଗୃହ ପ୍ରବେଶ ଦିନ ଆମେ କମଳ ପୁଷ୍ପ ଲକ୍ଷ୍ମୀଙ୍କୁ ଦେବା ପାଇଁ ଭଲପାଇ ଥାଉ l ତା ସହିତ ଗୁରୁବାର ଦିନ ପୂଜା ପାଇଁ କୁହାଯାଏ ଯେ କମଳ ପୁଷ୍ପ ଅଙ୍କିତ କରିବା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ l କମଳ ପୁଷ୍ପ ସମୃଦ୍ଧିର ପ୍ରତୀକ ଅଟେ l

* ବାସ୍ତୁଶାସ୍ତ୍ରରେ ଗେଣ୍ଡୁ ଫୁଲ ଓ ଅନ୍ୟ ହଳଦିଆ ଫୁଲକୁ ଅନେକ ଗୁରୁତ୍ୱ ଦିଆଯାଇଛି l ଯଦି ଆମେ ଈଶ୍ୱରଙ୍କୁ ହଳଦିଆ ରଙ୍ଗର ଯେକୌଣସି ଫୁଲ ଅର୍ପଣ କରିବା ତେବେ ଘରର ସଦସ୍ୟ ମାନଙ୍କ ଭିତରେ ମଧୁର ସମ୍ପର୍କ ବୃଦ୍ଧି ପାଇବ l ଯଦି ଆପଣ ପାରୁଛନ୍ତି ଘରର ଐଶାନ୍ୟ କୋଣରେ ଗୋଟିଏ କୁଣ୍ଡରେ ହଳଦିଆ ରଙ୍ଗର କୌଣସି ପୁଷ୍ପା ଗଛ ଲଗାନ୍ତୁ l ଏପରି କରିବା ଦ୍ୱାରା ମଧ୍ୟ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l

* ଜୀବନରେ ଉନ୍ନତିର କାମନା କରୁଥିବା ବ୍ୟକ୍ତି ଘରର ଉତର ଦିଗରେ କୌଣସି ଧଳା ରଙ୍ଗର ପୁଷ୍ପ ଗଛ ଲଗାଇବା ଆବଶ୍ୟକ l ନଚେତ ଶିବ ଓ ଲକ୍ଷ୍ମୀଙ୍କୁ ପ୍ରତେକ ଦିନ ଯେକୌଣସି ଧଳା ପୁଷ୍ପ ଅର୍ପଣ କଲେ ବ୍ୟକ୍ତି ଉନ୍ନତି ପଥରେ ଆଗେଇ ଯିବ l

* ଗୃହ ସ୍ୱାମୀଙ୍କର ପ୍ରଭାବକୁ ଉନ୍ନତ କଲେ ଗୃହସ୍ତ ଜୀବନରେ ମଧୁରତା ଆସିଥାଏ l ତେଣୁକରି ଆପଣ ଘରର ଦକ୍ଷିଣ ଦିଗରେ ଯେକୌଣସି ଲାଲ ଫୁଲ ଗଛ ଲଗାନ୍ତୁ କିମ୍ବା ଦକ୍ଷିଣ ଦିଗରେ ଗୋଟିଏ ଗଣେଶଙ୍କ ମୂର୍ତି ସ୍ଥାପନ କରି ତାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ l ଯାହା ଦ୍ୱାରା ଆପଣଙ୍କ ଘରୁ ସମସ୍ତ ନକାତ୍ମକ ଶକ୍ତି ଦୁରାଇ ସୁଖ ସମୃଦ୍ଧି ଭାରି ରହିବ l

* ବୈଦିକ ନୀତି ଏବଂ ପୌରାଣିକ ଗ୍ରନ୍ଥରେ ସ୍ୱସ୍ତିକ ଚିହ୍ନର ଅନେକ ମହତ୍ୱ ରହିଛି l ଡାହାଣ ପଟକୁ ମୁହଁ କରି ରହିଥିବା ସ୍ୱସ୍ତିକ ଚିହ୍ନକୁ ଶୁଭ ବୋଲି ଗଣନା କରାଯାଏ l ସ୍ୱସ୍ତିକ ଚିହ୍ନକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇ ସେଥିରେ ସିନ୍ଦୁର ଲଗାଇଲେ ଘରରୁ ସମସ୍ତ ଅଶୁଭ ସଂକେତ ଦୂର ହୋଇଯାଏ l ମଙ୍ଗଳ ବାର ଦିନ ହନୁମାନଙ୍କ ମୂର୍ତ୍ତିରୁ ସିନ୍ଦୁର ଆଣି ସ୍ୱସ୍ତିକ ଚିହ୍ନରେ ଲଗାଇ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ଘରର ସମସ୍ତ ରିଷ୍ଟ ଖଣ୍ଡନ ହୁଏ l

Show More

Related Articles

Back to top button