ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା କଣ କର୍ମ କରିବା ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି

ଜୀବନରେ ସମସ୍ତଙ୍କର ଅସୁବିଧା ରହିଥିଲେ ମଧ୍ୟ ସମସ୍ତେ ନିଜ ନିଜର ପରିଶ୍ରମ ବଳରେ ଆଗକୁ ଆଗେଇବାର ଚେଷ୍ଟା ଜାରି ରଖିଥାନ୍ତି l କାରଣ ଆମେ ସମସ୍ତେ ସଫଳତା ଇଛା କରିଥାଉ ,ସଫଳତା ପାଇବାକୁ ହେଲେ କର୍ମ ସହିତ କିଛିଟା ଭଗବାନଙ୍କ ଆଶୀର୍ବାଦ ମଧ୍ୟ ଆବଶ୍ୟକ

ସଫଳତା ପାଇବାକୁ ହେଲେ ନିଜ ଚାରି ପାଖରେ ଓ ଘରେ କିଛିଟା ଉପାୟ ଅବଲମ୍ବନ କରନ୍ତୁ l ଯାହା ସାହାଯ୍ୟରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରି ପାରିବେ l ପୌରାଣିକ କଥା ଅନୁସାରେ ମା ଲକ୍ଷ୍ମୀ ସେହିପରି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେଉଁ ମାନେ ପର ଉପକାରୀ ସହିତ ପରିଶ୍ରମୀ ହୋଇ ଥାନ୍ତି ଆସନ୍ତୁ ଜାଣିବା ସେହିଭଳି ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା କିପରି ରୁହେ l

ଅନ୍ୟପ୍ରତି ପ୍ରେମଭାବ ରଖିବା ଓ ସାହାଯ୍ୟ କରିବା -ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ବ୍ୟକ୍ତି ଉପରେ ନିଶ୍ଚିନ୍ତ ରୁହେ ଯିଏ ମାନବ କଲ୍ୟାଣ ପାଇଁ ଚିନ୍ତା କରିବା ସହିତ ପ୍ରୟାସ କରିଥାଏ l ଯିଏ ଅନ୍ୟମାନଙ୍କ ପ୍ରତି ପ୍ରେମ ଭାବ ରଖିଥାଏ ତାହାକୁ କେବେବି ମାତା ଲକ୍ଷ୍ମୀ କଷ୍ଟ ଦିଅନ୍ତି ନାହିଁ l ଏହିପରି ବ୍ୟକ୍ତି ମାନେ ସମାଜରେ ଅନେକ ସମ୍ମାନ ପ୍ରାପ୍ତି କରିଥାନ୍ତି l ଗୀତାରେ କୁହାଯାଇଛି ଯେଉଁ ବ୍ୟକ୍ତି ଅନ୍ୟକୁ ସ୍ନେହ ଓ ଦୟା ଦେଇଥାଏ ସେ ଉଚ ପଦବୀରେ ସମ୍ମାନିତ ହୋଇଥାଏ l

ଖରାପ ବନ୍ଧୁତ୍ୱ ଠାରୁ ଦୁରେଇ ରୁହନ୍ତୁ -ଲକ୍ଷ୍ମୀଙ୍କର ଆଶୀର୍ବାଦ ସେହି ବ୍ୟକ୍ତି ମାନଙ୍କ ଉପରେ ରୁହେ ନାହିଁ ଯେଉଁ ମାନେ ଖରାପ ସଙ୍ଗଦୋଷ ଗ୍ରହଣ କରିଥାନ୍ତି l ଧର୍ମ ଗ୍ରନ୍ଥ ଓ ମହାପୁରୁଷଙ୍କ ବାଣୀରେ ଏହା ମଧ୍ୟ କୁହାଯାଇଛି ଯେ ଜଣେ ବ୍ୟକ୍ତି ଯଦି ସତ ସଙ୍ଗରେ ବସାଉଠା କରିଥାଏ ତେବେ ତାର ଭଲ ବିଚାର ଆସିଥାଏ l ଯେଉଁ ବ୍ୟକ୍ତି ଭୁଲ ସଙ୍ଗରେ ଉଠା ବସା କରେ ତାର ଅନେକ କ୍ଷତି ହୋଇଥାଏ l ଏଭଳି ଲୋକମାନେ କଦାପି ସମ୍ମାନ ପ୍ରାପ୍ତି କରି ନଥାନ୍ତି l

ଦୁର୍ବଳକୁ କେବେବି ହଇରାଣ କରନ୍ତୁ ନାହିଁ -ଯେଉଁ ବ୍ୟକ୍ତି ଦୁର୍ବଳ ଲୋକକୁ ସର୍ବଦା ହଇରାଣ କରିଥାଏ ମା ଲକ୍ଷ୍ମୀ ତାଙ୍କୁ ତ୍ୟାଗ କରି ଦେଇଥାନ୍ତି l ଏହି ଭଳି ଲୋକମାନେ ସମସ୍ତ ସ୍ଥାନରେ ହଇରାଣ ହୋଇ ଥାନ୍ତି l

Show More

Related Articles

Back to top button