ଓଡ଼ିଶାମୁଖ୍ୟ ଖବର

ରାଜ୍ୟସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ହେବ ମ୍ୟାଟ୍ରିକ ପରୀକ୍ଷା

ବୁଧବାର ବସୁଛି ମାଧ୍ୟମିକ ଶିକ୍ଷା ପରିଷଦର ଜେନେରାଲ ବଡି ବୈଠକ । ମାଟ୍ରିକ ପରୀକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ। ତେବେ ଏ ସଂପର୍କରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି

ସରକାରଙ୍କ ନିଷ୍ପତ୍ତି ପରେ ଏନେଇ ପଦକ୍ଷେପ ନିଆଯିବ। ଫେବ୍ରୁଆରୀ ମାସରେ ପରୀକ୍ଷା ହେବାର ଥିଲେ ମଧ୍ୟ ଏହା କରୋନା ସ୍ଥିତି ଯୋଗୁଁ ବିଳମ୍ବିତ ହୋଇପାରେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ରାଜ୍ୟ ସରକାରଙ୍କର ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ । ବିଳମ୍ବରେ ହେଲେ ବି ପରୀକ୍ଷାକୁ ସୂଚାରୁ ରୂପେ କରାଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଆଗାମୀ ଦିନରେ ମାଟ୍ରିକ୍‌ ପରୀକ୍ଷା ନେଇ କଳ୍ପନାଜଳ୍ପନା ଲାଗିରହିଥିଲା । ଯେ ଆଗାମୀ ଦିନରେ କିପରି ପରୀକ୍ଷା ହେବ ଏବଂ କିପରି ପରୀକ୍ଷାକୁ ସୂଚାରୁ ରୂପେ କରାଯିବ । ସେନେଇ ଅନେକ ପ୍ରଶ୍ନ ଉଠିଥିଲା । କରୋନା ସଂକ୍ରମଣ ଏବେ କମିବାରେ ଲାଗିଥିବା ବେଳେ ବ୍ରିଟେନ୍‌ରେ ସୃଷ୍ଟି ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ତେବେ ଆସନ୍ତା ଦିନରେ କେବେ ପରୀକ୍ଷା କରାଯିବ । ତାହା ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।

Show More

Related Articles

Back to top button