ଜୀବନଚର୍ଯ୍ୟା

ମଣିଷକୁ ଧନଵାନ କଇଥାଏ ହାତର ଏହି ରେଖା

ଆସନ୍ତୁ ଜାଣିବା କିପରି -

ହସ୍ତରେଖା ବିଜ୍ଞାନ ବ୍ୟକ୍ତିର ଜୀବନରେ ସଫଳତା ବିଷୟରେ ସୂଚାଇ ଥାଏ l ବ୍ୟକ୍ତିର ହାତରେ ଭାଗ୍ୟ ,ସ୍ୱାସ୍ଥ୍ୟ ଓ ଧନ ସମ୍ବଧୀୟ ରେଖା ରହିଥାଏ ବୋଲି କୁହାଯାଇଛି l ବିଶ୍ୱର କେଉଁ ଆଦିମ କାଳରୁ ହସ୍ତ ରେଖାକୁ ପ୍ରାଧାନ୍ୟ ଦିଆଯାଇ ଆସୁଛି l ପ୍ରାୟ ସମସ୍ତ ମନୁଷ୍ୟ ସମାଜ ହସ୍ତରେଖା ଉପରେ ନିଜର ଭାଗ୍ୟକୁ ଆପଣାଇବାର ଉଚିତ ମନେ କରନ୍ତି l ଅଧିକଂଶ ଲୋକ କୁହନ୍ତି ଯେ ଏହାର କୌଣସି ପ୍ରଭାବ ଜୀବନ ଉପରେ ପଡି ନଥାଏ କିନ୍ତୁ ବିଶ୍ୱର କେଉଁ ଆଦିମ କାଳରୁ ମଣିଷ ହସ୍ତରେଖା ଉପରେ ନିର୍ଭର କରି ଆସୁଛି lହସ୍ତରେଖା ଶାସ୍ତ୍ର ଅନୁସରେ ମୁଦ୍ରିକା ଆଙ୍ଗୁଠି ଓ କାଣି ଆଙ୍ଗୁଠି ମଧ୍ୟରେ ଥିବା ଛୋଟ ରେଖାଟିକୁ ଧନ ରେଖା କୁହାଯାଏ l ଧନ ରେଖା ମାଧ୍ୟମରେ ବ୍ୟକ୍ତିର ଆର୍ଥିକ ସ୍ଥିତି ଜଣାପଡିଥାଅ l

ଧନ ରେଖା ଦେଖିବା ପୂର୍ବରୁ ଜାଣିବା ଆବଶ୍ୟକ ଯେ କେଉଁ ହାତର ଧନରେଖା ଗୁରୁତ୍ୱପୂର୍ଣ୍ଣ ଅଟେ l ଶାସ୍ତ୍ର ଅନୁସାରେ ଯେଉଁ ହାତରେ ବ୍ୟକ୍ତି ଅଧିକ କର୍ମ କରିଥାଏ ସେହି ହାତରେ ଆର୍ଥିକ ସ୍ଥିତିକୁ ଜାଣିବା ପାଇଁ ଧନ ରେଖାକୁ ଦେଖିବା ବଶ୍ୟକ l ଯଦି ଆପଣଙ୍କ ହାତରେ ମଝି ଆଙ୍ଗୁଠି ପାଖରୁ ସିଧା ରେଖା ପାପୁଲିର ତଳ ଆଡକୁ ଯାଇଛି ଏହାର ଅର୍ଥ ଆପଣ ଭବିଷ୍ୟତରେ ଅଧିକ ଧନ ରୋଜଗାର କରିବେ lଅଧିକାଂଶ ଲୋକଙ୍କର ହାତ ରେଖା ସ୍ପଷ୍ଟ ଭାବରେ ଦେଖାଯାଇ ନଥାଏ l ଏହାର ଅର୍ଥ ନୁହେଁ ଯେ ସେ ଲୋକ ନିର୍ଦ୍ଧନୀ ହୋଇଥାଏ l ମଣିଷର ଭାଗ୍ୟ ତାର କର୍ମ ଉପରେ ନିର୍ଭର କରିଥାଏ l ତଥାପି ଭାଗ୍ୟ ରେଖାର ମହତ୍ୱ ଓ ପ୍ରଭାବ ମଣିଷ ଉପରେ ପଡିଥାଏ l ଯେଉଁ ବ୍ୟକ୍ତି ମାନଙ୍କ ହାତ ରେଖା ଇଂରାଜୀ ଅକ୍ଷର M ଆକାରରେ ରହିଥାଏ ସେ ଭାଗ୍ୟଶାଲୀ ହେବ ସହିତ ଧନଵାନ ମଧ୍ୟ ହୋଇଥାଏ l

Show More

Related Articles

Back to top button