ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କଣ ରହିଛି ପ୍ରତିଦିନ ସକାଳୁ ଜୁଆଣି ଓ ଜିରାରେ ପ୍ରସ୍ତୁତ ଚା ପିଇବାର ଅଦ୍ଭୁତ ଲାଭ

– ଆୟୁର୍ବେଦ ଅନୁସାରେ ଜୁଆଣି ଓ ଜିରାରେ ପ୍ରସ୍ତୁତ ଚା ସେବନ କରିବା ଦ୍ୱାରା ଜୁଆଣି ରେ ଥିବା ଥାଇମୋଲ ନାମକ ରସାୟନ ଓଜନ କମାଇବାରେ ସାହାଯ୍ୟ କରିଥାଏ l ଜୁଆଣି ପାଚନ ପ୍ରକ୍ରିୟାକୁ ଠିକ ରଖିଥାଏ ଓ ଜିରା ମେଦ ବହୁଳତା ହ୍ରାସ କରିଥାଏ l
– ସଂକ୍ରମଣ ରୁ ରକ୍ଷା କରିଥାଏ : ଜୁଆଣି ଗୋଟିଏ ଗରମ ପଦାର୍ଥ ହୋଇଥିବା କାରଣରୁ ବିଭିନ୍ନ ସଂକ୍ରମଣ କୁ ଠିକ କରିବାରେ ସାହାଯ୍ୟ କରିଥାଏ l ଯେଉଁମାନଙ୍କୁ ଜୁଆଣି ସୁଟ କରୁନାହିଁ ଜିରା ପାଣିରେ ମହୁ ମିଶାଇ ସେବନ କରି ପାରିବେ ଯାହା ବିଭିନ୍ନ ସଂକ୍ରମଣ ରୁ ଦୁରେଇ ରଖିବ l
– ଯନ୍ତ୍ରଣା ରୁ ଆରାମ : ଜୁଆଣି ଓ ଜିରା ରେ ପ୍ରସ୍ତୁତ ଚା ଗ୍ୟାସ ଜନିତ ସମସ୍ୟାରୁ ଆରାମ ଦେଇଥାଏ l ଏହା ସହିତ ଶରୀର ରେ ଇନଫେକ୍ସନ କୁ କମ କରିଥାଏ l ଶରୀରକୁ ଯନ୍ତ୍ରଣାରୁ ଦୁରେଇ ରଖିଥାଏ l
– ଗରମ ଦିନେ ଥଣ୍ଡା କାଶରୁ ଆରାମ ଦେଇଥାଏ : ଜୁଆଣି ଓ ଜିରା ର ଚା ଶରୀରର ଉତ୍ତାପ କୁ ନିୟନ୍ତ୍ରିତ କରିଥାଏ l ଯାହାଦ୍ୱାରା ଗରମ ଦିନରେ ଆମେ କାଶ ଥଣ୍ଡା ଓ କଫ ଠାରୁ ଦୁରେଇ ରହିଥାଉ l

– ଆସ୍ଥମା ପାଇଁ ହିତକର : ଜୁଆଣି ର ମହକ ଆସ୍ଥମା ରୋଗୀଙ୍କ ପାଇଁ ଖୁବ ଗୁଣକାରୀ l ଏହାର ଚା ମହକ ରୁ ନିଶ୍ୱାସ ପ୍ରଶ୍ୱାସ ଠିକ ଭାବରେ ନେଇ ହୁଏ l
– ତ୍ୱଚା ପାଇଁ ଲାଭ ଦାୟକ : ଜିରା ଓ ଜୁଆଣି ଚା ଡିଟକ୍ସ ଚା ମଧ୍ୟ କୁହାଯାଏ , ଏହା ଶରୀରରୁ ବିଷାକ୍ତ ପଦାର୍ଥ କୁ ଝାଳ ଦ୍ୱାରା ବାହାର କରି ତ୍ୱଚାକୁ ସୁନ୍ଦର ରଖିଥାଏ l ଜିରା ରେ ଭିଟାମିନ ଇ ରହିଥାଏ ଯାହା ସୁସ୍ଥ ତ୍ୱଚା ପାଇଁ ହିତକର l
– ପାଚନ ସମସ୍ୟା ଦୂର କରେ : ଜୁଆଣି ଓ ଜିରାରେ ପ୍ରସ୍ତୁତ ଚା ପାଚନ କ୍ଷମତା ବୃଦ୍ଧି କରିଥାଏ l ଏସିଡ଼ିଟି ସମସ୍ୟା ଦୂର କରିଥାଏ l
– ଶକ୍ତି ଯୋଗାଇ ଥାଏ : ଜୁଆଣି ଓ ଜିରାରେ ପ୍ରସ୍ତୁତ ଚା ଶରୀର କୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ l ଏଥିରେ ଇଲେକ୍ଟ୍ରୋଲାଇଟ୍ସ ବାଲାନ୍ସ ରହିଥାଏ ତେଣୁ ଶରୀରକୁ ଶକ୍ତି ମିଳିଥାଏ l
– ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ସେବନ କରିବା ଆବଶ୍ୟକ ଅଟେ l

Show More

Related Articles

Back to top button