ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କଣ ରହିଛି ତମ୍ବା ପାତ୍ରର ଔଷଧୀୟ ଗୁଣ

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ମିଳିଥାଏ ୧୬ଟି ଚମତ୍କାରୀ ଲାଭ

ଆମେ ନିତ୍ୟ ବ୍ୟବହାର୍ଯ୍ୟ ଜୀବନରେ ସମସ୍ତ କାର୍ଯ୍ୟ ପାଇଁ ବିଭିନ୍ନ ଧାତୁର ବାସନ ବ୍ୟବହାର କରିଥାଉ l ଯେପରିକି ଷ୍ଟିଲ ର ଚାହିଦା ସବୁଠୁ ଅଧିକ ରହିଛି l କିନ୍ତୁ ସବୁ ଧାତୁ ଠାରୁ ମୂଲ୍ୟବାନ ଧାତୁ ହେଉଛି ତମ୍ବା l ତମ୍ବା ପାତ୍ରର ଔଷଧୀୟ ଗୁଣ ରହିଛି l ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ପାଇଁ ତମ୍ବା ପାତ୍ର ବ୍ୟବହାର କରିବା ପାଇଁ ନିର୍ଦେଶ ଦିଆ ଯାଇଥାଏ , ବିଶେଷ କରି ତମ୍ବା ପାତ୍ରରେ ପାଣି ରଖି ପିଇବାକୁ କୁହାଯାଇ ଥାଏ l ତେଣୁ ଆସନ୍ତୁ ଆଜି ଜାଣିବା ତମ୍ବା ପାତ୍ରରେ ପାଣି ରଖି ପିଇବାର ଚମତ୍କାର ଲାଭ ବିଷୟରେ –

– ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ତମ୍ବାରେ ଥିବା କପର ଅଂଶ ଦେହ ଭିତରକୁ ଯାଇ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଜୀବାଣୁ ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ l

– ତମ୍ବା ପାତ୍ରରେ ରଖିବା ଦ୍ୱାରା ଅଶୁଦ୍ଧ ପାଣି ମଧ୍ୟ ଶୁଦ୍ଧ ହୋଇଥାଏ l ଏହା ସମସ୍ତ ପ୍ରକାରର ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ ଓ ପେଟକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରେ l

– ତମ୍ବା ରେ ଆଣ୍ଟି ଇମ୍ପ୍ଲାଂମେଟୋରି ଗୁଣ ରହିଥିବା କାରଣରୁ ଶରୀର ରୁ ବିଭିନ ଦରଜ , ଜଏଣ୍ଟ ପେନ ସମସ୍ୟା , ବିଭିନ୍ନ ଗଣ୍ଠି ଯନ୍ତ୍ରଣା ରୁ ଆରାମ ଦେଇଥାଏ l ଆର୍ଥରାଇଟିସ ସମସ୍ୟା ପାଇଁ ମଧ୍ୟ ତମ୍ବା ପାତ୍ର ପାଣି ଲାଭ ଦାୟକ l

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କ୍ୟାନ୍ସର ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l ଆମେରିକାନ କ୍ୟାନ୍ସର ସୋସାଇଟି ପକ୍ଷରୁ ପ୍ରକାଶ ଖବର ଅନୁସାରେ ତମ୍ବା କ୍ୟାନ୍ସର ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ l

– ତମ୍ବା ପାତ୍ରରେ ପାଣି ପିଇଲେ ଗ୍ୟାସ ,ଏସିଡ଼ିଟି ସମସ୍ୟାରୁ ଆରାମ ମିଳେ ଓ ପାଚନ ସମସ୍ୟା ଦୂର ହୋଇଥାଏ l

– ଯେ କୌଣସି ସଂକ୍ରମଣ ଠାରୁ ଦୁରେଇ ରଖିବା ପାଇଁ ସାହାଯ୍ୟ କରିଥାଏ ତମ୍ବା ପାତ୍ରରେ ଥିବା ପାଣି l କିଡ୍ନୀ ଓ ଲିଭରକୁ ମଧ୍ୟ ସୁସ୍ଥ ରଖିଥାଏ l

– ତମ୍ବା ନିଜ ଆଣ୍ଟି ବ୍ୟାକ୍ଟେରିଆ , ଆଣ୍ଟି ଭାଇରଲ ,ଓ ଆଣ୍ଟି ଇମ୍ଫଲାମେଟୋରି ଗୁଣ ପାଇଁ ବିଶେଷ ସ୍ଥାନ ରଖିଛି l ଏହା ଶରୀରର ଭିତର ଓ ବାହାର କ୍ଷତ କୁ ଠିକ କରିଥାଏ l

– ତମ୍ବାରେ ଥିବା ମିନେରାଲସ ଥାଇରଏଡ ସମସ୍ୟାକୁ ଦୂର କରିଥାଏ l

– ତମ୍ବା ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ୱ ତ୍ୱଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ l

– ଏନିମିଆ ସମସ୍ୟା ସମୟରେ ତମ୍ବା ରେ ରଖାଯାଇଥିବା ପାଣି ଦ୍ୱାରା ଅନେକ ଲାଭ ମିଳିଥାଏ l ଆୟୁର୍ବେଦରେ ଗର୍ଭବତୀ ନାରୀ ମାନଙ୍କୁ ତମ୍ବା ପାତ୍ରରେ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ l

– ତ୍ୱଚାକୁ ଅଲଟ୍ରା ଭାଓଲେଟ ଠାରୁ ରକ୍ଷା କରିବା ପାଇଁ ତମ୍ବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ରାତ୍ରି ସମୟରେ ତମ୍ବା ଗ୍ଲାସ ରେ ପାଣି ରଖି ସକାଳୁ ତାହାକୁ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l

– ତମ୍ବା ପାତ୍ରର ପାଣି ହୃତ୍ପିଣ୍ଡକୁ ସୁସ୍ଥ ରଖେ , ରକ୍ତଚାପ ନିୟନ୍ତ୍ରିତ କରିଥାଏ , କୋଲେଷ୍ଟ୍ରଲ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ବାତ , ପିତ ଓ କଫ କୁ ଦୂର କରିବାରେ ତମ୍ବା ପାତ୍ର ପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ମସ୍ତିଷ୍କକୁ ଶାନ୍ତ ରଖିବା ସହିତ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ତମ୍ବା ପାତ୍ରର ପାଣି l

ଏହିସବୁ ସ୍ୱାସ୍ଥ୍ୟ ଗତ କାରଣରୁ ତମ୍ବା ପାତ୍ରରେ ପାଣି ପିଇବା ଶରୀର ପାଇଁ ହିତକର l

Show More

Related Articles

Back to top button