ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ହିତକର ଦେଶୀ ଘିଅ

ଜାଣନ୍ତୁ ଦେଶୀ ଘିଅ ସେବନ କରିବାର ୯ଟି ଚମତ୍କାର ଲାଭ

ନିଜ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଦେଶୀ ଘିଅ ବ୍ୟବହାର କରିଥାଉ l ଖୁବ କମ ଲୋକ ଜାଣିଛନ୍ତି ଯେ ଘିଅ ଖାଦ୍ୟର ସ୍ୱାଦ ବଢାଇବା ସହିତ ଶରୀର ପାଇଁ ମଧ୍ୟ ଖୁବ ହିତକର l ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ l ପୁରାତନ ଯୁଗରେ ସମସ୍ତେ ଦେଶୀ ଘିଅ ସେବନ କରି ନିଜକୁ ରୋଗମୁକ୍ତ ରଖୁଥିଲେ l କିନ୍ତୁ ଏହି ଦେଶୀ ଘିଅ ଯଦି ନିଜ ଘରେ ପ୍ରସ୍ତୁତ ହୋଇଥିବ ତେବେ ମିଳିବ ଅଦ୍ଭୁତ ଲାଭ l

* ପ୍ରତିଦିନ ଗୋଟିଏ ଚାମଚ ଦେଶୀ ଘିଅ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ଓ ହାର୍ଟ ରେ ବ୍ଳକେଜ ଆସି ନଥାଏ l

* ଘିଅରେ ଭିଟାମିନ କେ 2 ରହିଥାଏ ,ଯାହା ହାଡ଼କୁ ମଜବୁତ କରିବା ସହିତ ହାଡ଼ରେ କ୍ୟାଲସିୟମ କୁ ପହଞ୍ଚାଇ ଥାଏ l ଏହାକୁ ନୀତିଦିନ ଖାଦ୍ୟରେ ସାମିଲ କରିବା ଆବଶ୍ୟକ l

* ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତରେ ଓ ଅନ୍ତ ନାଳିରେ ଥିବା ଖରାପ କୋଲେଷ୍ଟ୍ରଲ କମି ଯାଇଥାଏ l

* ଦେଶୀ ଘିଅରେ ଆଣ୍ଟି ଆକ୍ସିଡେଣ୍ଟ ରହିଛି ,ଯାହା ଆମ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ତ୍ୱଚା ସୁନ୍ଦର ହେବା ସହିତ ଚମକପ୍ରଦ ହୋଇଥାଏ l

* ଦେଶୀ ଘିଅ ସେବନ କରିବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ ଓ ମେଟାବୋଲିଯିମ ଠିକ ଭାବରେ କାର୍ଯ୍ୟ କରିଥାଏ l ଶରୀର ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇଥାଏ l

* ଥଣ୍ଡା ଧରିଥିବା ସମୟରେ ଗାଈ ଘିଅ ସେବନ କରିବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୁଏ ,ଥଣ୍ଡା ଧରିଲେ ନାକରେ ଦୁଇ ବୁନ୍ଦା ଦେଶୀ ଘିଅ ପକେଇ ଦିଅନ୍ତୁ ଆରମ୍ ମିଳିବ l

* ଯେ କୌଣସି ସ୍ଥାନରେ ପୋଡି ଯାଇଥିଲେ ଦେଶୀ ଘିଅ ଲଗାଇବା ଦ୍ୱାରା ଘା ଶୀଘ୍ର ସୁଖୀ ଯାଇଥାଏ l

* ଶକ୍ତି ଯୋଗାଇବା ପାଇଁ ନିୟମିତ ଦୁଗ୍ଧ ସହିତ ଗୋଟିଏ ଚାମଚ ଦେଶୀ ଘିଅ ସେବନ କରନ୍ତୁ , ଶକ୍ତି ମିଳିବ l

* ଆପଣ ଯଦି ଦେଶୀ ଘିଅ ନିୟମିତ ଖାଇବେ ଆପଣଙ୍କ ପାଚନ ପ୍ରକ୍ରିୟା ଠିକ ଭାବରେ ହେବ ଓ ଏସିଡ଼ିଟି ଗ୍ୟାସ ସମସ୍ୟା ଦୂର ହେବ l

Show More

Related Articles

Back to top button