ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ନିଜର ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

ବୃଷ: ଆତ୍ମଶୁଦ୍ଧି ପାଇଁ ଇଷ୍ଟଦେବଙ୍କର ପ୍ରାର୍ଥନା କରନ୍ତୁ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ବ୍ୟବସାୟରେ ବେଶୀ ଲାଭ ପାଇବେ।

ମିଥୁନ: ବାପା ମାଆଙ୍କର ସେବା କରିବାର ଅବସର ପାଇବେ। ଚାକିରି କ୍ଷେତ୍ରରେ ପ୍ରଶ˚ସା ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ସବୁ କାମ ଆପଣଙ୍କର ମନ ମୁତାବକ ସ˚ପୂର୍ଣ୍ଣ ହେବ। ବୈବାହିକ ଜୀବନ ଭଲ ରହିବ।

ସି˚ହ: ବାପା ମାଆଙ୍କୁ ନିଜର ମନ କଥା କହିବେ। ନେତୃତ୍ବ ନେବାର କ୍ଷମତା କାମରେ ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ।

କନ୍ୟା: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦୈନିକ କାର୍ଯ୍ୟରେ ସଫଳତା ପାଇବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ତୁଳା: ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ଜୀବନରେ ଅନ୍ୟମାନଙ୍କର ସହଯୋଗ ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବିଛା: ନିଜ କାମରେ ବନ୍ଧୁଙ୍କ ସହାୟତା ନେଇପାରନ୍ତି। ଆପଣ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇପାରନ୍ତି। ଛାତ୍ରଙ୍କୁ ଭଲ ସୁଯୋଗ ମିଳିପାରେ।

ଧନୁ: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ନିଜର କଥାଭାଷାରେ ସ˚ଯମ ରଖନ୍ତୁ। ପ୍ରିୟତମଙ୍କୁ ଉପହାର ଦେଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ପ୍ରେମ ପାଇବେ। ବ୍ୟବସାୟରେ ଉନ୍ନତି ହେବ।

କୁମ୍ଭ: କୌଣସି କଥାକୁ ନେଇ ମନସ୍ତାପରେ ରହିବେ। ନିଜର କାମ ସ˚ପୂର୍ଣ୍ଣ କରିବା ପାଇଁ ଅଧିକ ପରିଶ୍ରମ ଆବଶ୍ୟକ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ମୀନ: କୌଣସି ଆତ୍ମୀୟଙ୍କ ଠାରୁ ଖୁସି ଖବର ପାଇବେ। ଚାକିରି ପାଇଁ ଭଲ ପ୍ୟାକେଜ୍‌ ପାଇବେ। ହୋଟେଲ ବ୍ୟବସାୟୀଙ୍କୁ ଅଧିକ ଲାଭ ମିଳିବ।

Show More

Related Articles

Back to top button