ଜୀବନଚର୍ଯ୍ୟା

ଆପଣଙ୍କ ଦାନ୍ତକୁ ଖରାପ କରିଥାଏ ଏହି ୪ଟି ଜିନିଷ

ତେବେ ରଖନ୍ତୁ ଦୂରତା

ଚମକୁଥିବା ଦାନ୍ତ ପ୍ରାୟ ସମସ୍ତଙ୍କର ପସନ୍ଦ ଅଟେ l କେତେବେଳବେ କେମିତି ଆମେ ଏମିତି କିଛି ଖାଇଦେଇଥାଉ ଯେଉଁ କାରଣରୁ ଆମର ଦାନ୍ତ ଉପରେ ଦାଗ ପଡିଯାଇଥାଏ ଓ ଦାନ୍ତ ଖରାପ ଦେଖାଯାଇଥାଏ l ଆଜି ଆସନ୍ତୁ ଜାଣିବା କୋଉ ଖାଇବା ଜିନିଷ ଆମର ଦାନ୍ତର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ l

ଚାହା – ଚାହା ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି l କିନ୍ତୁ ଦାନ୍ତ ପାଇଁ ଚା ହିତକର ନୁହେଁ l କଫି ତୁଳନାରେ ଚା ଦାନ୍ତ ଉପରେ ଅଧିକ ପ୍ରଭାବ ପକାଇଥାଏ l ଚା ଦାନ୍ତର ବାହାର ପାର୍ଶ୍ୱ ଏନାମେଲକୁ ଅଧିକ ପ୍ରଭାବ ପକାଇଥାଏ l ଯେଉଁ କାରଣରୁ ଦାନ୍ତ ଦୁର୍ବଳ ହେବାସହିତ ହଳଦିଆ ପଡ଼ିବାକୁ ଲାଗିଥାଏ l

ଚକ୍-ଲେଟ୍-ଯଦି ଆପଣ ମିଠା ଖାଇବାର ସଉକ ରଖିଛନ୍ତି ତେବେ ଆପଣ ପ୍ରତ୍ୟକ ସମୟରେ କିଛିନାକିଛି ମିଠା ଜିନିଷ କିମ୍ବା ଚକ୍-ଲେଟ୍ଖାଇବାର ଅଭ୍ୟାସ ରଖିଥାନ୍ତି ,ଯାହା ଆପଣଙ୍କ ଦାନ୍ତ ପାଇଁ ଠିକ ନୁହେଁ l ଏହା ପଣଙ୍କ ଜିଭର ରଙ୍ଗ ବଦଳାଇବା ସହିତ ଦାନ୍ତ ଉପରେ ମଧ୍ୟ ଦାଗ ପକାଇ ଦେଇଥାଏ l ଯଦି ଆପଣ ଅଧିକ ଚକ୍-ଲେଟ୍ ଖାଉଛନ୍ତି ତେବେ ତାହାକୁ କମ କରି ଦିଅନ୍ତୁ l

ଏନର୍ଜି ଡ୍ରିଙ୍କ -ଏସିଡ ଯୁକ୍ତ ଖାଦ୍ୟ ଓ ପାନୀୟ ଦାନ୍ତକୁ ଖରାପ କରିଥାଏ l ଏନର୍ଜି ଡ୍ରିଙ୍କ ମଧ୍ୟ ଦାନ୍ତର ବାହାର ପାର୍ଶ୍ୱକୁ ଖରାପ କରିଥାଏ l ଆପଣ ବ୍ୟାୟାମ ଓ ଭ୍ରମଣ କରିବା ସମୟରେ ଥକି ଯାଉଥିଲେ ଏନର୍ଜି ଡ୍ରିଙ୍କ ବଦଳରେ ସାଧାରଣ ପାଣି ପିଅନ୍ତୁ l

ସସ -ସସ ଖାଇବାକୁ ଅନେକ ସ୍ୱାଦିଷ୍ଟ ଲାଗିଥାଏ l କିନ୍ତୁ ଏହି ଗାର୍ଡ ରଙ୍ଗଯୁକ୍ତ ସସ ଦାନ୍ତକୁ ଖରାପ କରିଦେଇଥାଏ l ଦାନ୍ତକୁ ସୁନ୍ଦର ରଖିବା ପାଇଁ ଏହା ଠିକ ହେବ ଯେ ଆପଣ ହାଲୁକା ରଙ୍ଗଯୁକ୍ତ ସସ ଖାଆନ୍ତୁ l

ଖାଇବା ପରେ ବ୍ରସ କରନ୍ତୁ -ଡାଗଯୁକ୍ତ ଖାଦ୍ୟ ପଦାର୍ଥ କିମ୍ବା ପାନୀୟ ପିଇବା ପରେ କୁଳି କରିବା ପାଇଁ ଭୁଲିବେ ନାହିଁ l ଯଦି ଆପଣ କୌଣସି ଏସିଡ ଯୁକ୍ତ ଖାଦ୍ୟ ଖାଉଛନ୍ତି କିମ୍ବା ବଜାରରେ ମିଳୁଥିବା ମୃଦୁ ପାନୀୟ ପିଉଛନ୍ତି ତେବେ ଖାଇବାର ୩୦ ମିନିଟ ପରେ ବ୍ରସ କରିବାକୁ ଭୁଲିବେ ନାହିଁ l ଦାଗ ସୃଷ୍ଟି କରୁଥିବା ଖାଦ୍ୟ ପଦାର୍ଥ ଓ ପାନୀୟକୁ ଯେତେ ଶୀଘ୍ର ସମ୍ଭବ ହେବ ଢ଼ୋକି ଦିଅନ୍ତୁ ୟାହ୍ୟା ଦ୍ୱାରା ଦାନ୍ତରେ ଶୀଘ୍ର ଦାଗ ପଡିବ ନାହିଁ l ଖାଦ୍ୟ ଚୋବାଇ ଖାଇବା ସ୍ୱାସ୍ଥ୍ୟପକ୍ଷ ହିତକର ଅଟେ କିନ୍ତୁ ଦାଗ ଯୁକ୍ତ ଖାଦ୍ୟକୁ ଖାଇବାକୁ ବାରଣ କରନ୍ତୁ କିମ୍ବା ଶୀଘ୍ର ଢ଼ୋକନ୍ତୁ l

Show More

Related Articles

Back to top button