ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଆତ୍ମସମୀକ୍ଷାରେ ସମୟ ବିତିବ। ଅଫିସରେ ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ।

ବୃଷ: ରଚନାତ୍ମକ କାମରେ ମନ ଲାଗି ରହିବ। ନୂଆ ଲୋକଙ୍କ ସହିତ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ମହିଳାଙ୍କୁ ସୁନ୍ଦର ଉପହାର ମିଳିବ।

ମିଥୁନ: କାମ ଲାଗି ବ୍ୟାପକ ସୁଯୋଗ ପାଇବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଜମି ବିବାଦର ସମାଧାନ ହୋଇଯିବ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

କର୍କଟ: ବହୁ ଦିନର ଆଶା ପୂରଣ ହେବ। ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ।

ସି˚ହ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଭୂସ˚ପତ୍ତି କିଣିବା ପାଇଁ ଦିନଟି ଶୁଭ।

କନ୍ୟା: ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ। ଆର୍ଥିକ ଲାଭ ହେବ। ବ୍ୟବସାୟୀଙ୍କୁ ନୂଆ ଅର୍ଡର୍ ମିଳିବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରି ସମସ୍ତଙ୍କ ହୃଦୟ ଜିଣିନେବେ। ଧନଲାଭ ଯୋଗ ରହିଛି। ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବେ।

ବିଛା: ଆପଣ ଶକ୍ତିବାନ ଓ ସକ୍ରିୟ ରହିବେ। ବ୍ୟବସାୟ ଲାଗି କରି ଆସୁଥିବା ପ୍ରୟାସରେ ସଫଳ ହେବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ଧନୁ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ନିଜ କାମରେ ଅଧିକ ପରିଶ୍ରମ କଲେ ଯାଇ ସଫଳତା ପାଇବେ। ବେପାର ସମ୍ବନ୍ଧରେ ଭଲ ଖବର ମିଳିବ।

ମକର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ: ଜୀବନରେ କିଛି ପରିବର୍ତ୍ତନ ହେବ। ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶ˚ସା ଶୁଣି ପାରନ୍ତି।

ମୀନ: ପୂଜାପାଠରେ ସମୟ ବିତିବ। ଧର୍ମ ସ˚ସ୍ଥାକୁ ଦାନ ଦେଇପାରନ୍ତି। ବେପାର ଦୁଇଗୁଣା ବୃଦ୍ଧି ହେବାର ଯୋଗ ରହିଛି। ପ୍ରେମରେ ସଫଳତା ପାଇବେ।

Show More

Related Articles

Back to top button