ସ୍ୱାସ୍ଥ୍ୟ

ଗବେଷଣାରୁ ନୂଆ ଖୁଲାସା : ହାତୀ ମାନଙ୍କୁ କାହିଁକି ହୋଇନଥାଏ କ୍ୟାନ୍ସର

ଆସନ୍ତୁ ଜାଣିବା-

ଯେଉଁ ଜୀବ ଆକାରରେ ବଡ଼ ହୋଇଥାଏ ଓ ଅଧିକ ଦିନ ବଞ୍ଚିଥାଏ ,ସେମାନଙ୍କୁ କ୍ୟାନ୍ସର ହେବାର ବିପଦ ଅଧିକ ରହିଥାଏ l ଏପରି ଏଥିପାଇଁ ହୋଇଥାଏ କାରଣ ଜେନେଟିକ ମୀଯୁଟେସନ ସମୟରେ ପ୍ରତେକ କୋଷିକା ଗୁଡିକ ଦ୍ରୁତ ଗତିରେ ରୀପ୍ରଡ୍ୟୁସ କରି ଥାନ୍ତି l ଏପରି ପରିସ୍ଥିତିରେ ଟିୟୁମର ହେବାର ସମ୍ଭାବନା ଥାଏ l ଏହାର ଅର୍ଥ ବଡ଼ ଆକାରର ଜୀବ ଯେଉଁମାନଙ୍କ ଶରୀରରେ ଯେତେ ଅଧିକ କୋଷିକା ରହିଥାଏ ସେମାନଙ୍କୁ କ୍ୟାନ୍ସର ହେବାର ବିପଦ ଅଧିକ ରହିଥାଏ l କିନ୍ତୁ ଆକାରରେ ବଡ଼ ହୋଇଥିବା ହାତୀର କ୍ୟାନ୍ସର ପ୍ରତିରୋଧକ ଶକ୍ତି ରହିଛି l ଗୋଟିଏ ନୂଆ ଗବେଷଣା ଅନୁସାରେ ହାତୀ ମାନଙ୍କର ଏପରି ଜିନ୍ ରହିଛି ଯାହା ଟିୟୁମର ହେବାରୁ ଅଟକାଇଥାଏ l

ସେଥିପାଇଁ ହାତୀକୁ କ୍ୟାନ୍ସର ହୋଇ ନଥାଏ l ହାତୀ ମାନଙ୍କର ପୂର୍ବଜ ମାନଙ୍କ ପାଖରେ ମଧ୍ୟ ଏହି ଜିନ୍ ରହିଥିଲା l ଏହା କହିବା ବାହୁଲ୍ୟ ଅଟେ ଯେ କ୍ରମରେ ବଡ଼ ହୋଇଥିଲେ ମଧ୍ୟ ଶରୀରରେ ଏପରି ଜିନ୍ ବିକଶିତ କରିଥିବା କାରଣରୁ ସେମାନଙ୍କୁ କମ କ୍ୟାନ୍ସର ହୋଇଥାଏ l ଗବେଷକ ମାନଙ୍କ ଅନୁସାରେ କୁହାଯାଇଛି ଯେ ଯେପରି ଆପଣଙ୍କ ଶରୀରର ଆକାର ବୃଦ୍ଧି ପାଇଥାଏ ଆପଣଙ୍କ ଉପରେ କ୍ୟାନ୍ସରର ବିପଦ ବଢି ଯାଇଥାଏ l କାରଣ ଆପଣଙ୍କ ଶରୀରରେ ଅଧିକ କୋଷିକା ରହିଥାଏ l ପ୍ରତେକ ପ୍ରଜାତିର ଯିବା ମାନଙ୍କ ପାଇଁ ଏହା ସମାନ ନୁହେଁ l ବାୟୋଲୋଜି ଦ୍ୱାରା ପ୍ରମାଣିତ ହୋଇଛି ଯେ କ୍ରମାଗତ ବିକାଶ ଦ୍ୱାରା କ୍ୟାନ୍ସର ବିପଦ ମଧ୍ୟ କମ ହୋଇପାରେ l ଗବେଷକ ମାନେ ନିଜ ଗବେଷଣାରେ କହିଛନ୍ତି ବର୍ତ୍ତମାନ ହାତୀ ମାନଙ୍କ ଶରୀରରେ କ୍ୟାନ୍ସର ସେଲ ମିଳିବାର ସମ୍ଭାବନା ନାହିଁ l ତାଙ୍କ ଗବେଷଣାରୁ ଜଣା ପଡିଛି ଯେ ଟିୟୁମରକୁ ଦବେଇବା ଭଳି ଜିନ୍ ରହିଥିବା କାରଣରୁ ହାତୀମାନେ ଅଟେ ବଡ଼ ବଡ଼ ହୋଇ ଯାଇଛନ୍ତି l

Show More

Related Articles

Back to top button