ସ୍ୱାସ୍ଥ୍ୟ

ଆପଣମାନେ ଜାଣିଛନ୍ତି କି ଗର୍ଭ ଧାରଣ ସମୟରେ ଶୂକ୍ରାଣୁ ମାନଙ୍କର କଣ ପ୍ରତିକ୍ରିୟା ରହିଥାଏ?

ଯେକୌଣସି ଜୀବ ଜନ୍ମ ହେବ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ପ୍ରତିଯୋଗିତା l ତାହା ହେଉଛି ଗୋଟିଏ ଶୂକ୍ରାଣୁ ,ଯାହାର କାରଣରୁ ଆପଣଙ୍କ ଶରୀର ତିଆରି ହୋଇଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଶୂକ୍ରାଣୁ ଅଣ୍ଡା କୋଷିକା ସହିତ ମିଶିବା ପାଇଁ ଅନେକ ପ୍ରତିଯୋଗୀଙ୍କୁ ନଷ୍ଟ କରିଦେଇ ଥାଏ

ଡରି ଯାଆନ୍ତୁ ନାହିଁ ଏହାର ଅର୍ଥ ଯେକୌଣସି ଜନ୍ମର ଆରମ୍ଭ ଗୋଟିଏ ଭୟାନକ ପ୍ରତିଯୋଗିତାରୁ ହୋଇପାରେ l ଆସନ୍ତୁ ଜାଣିବା ଏହି ଶୂକ୍ରାଣୁ ଗୁଡିକରେ ବିଷୟରେ ଯାହା ନିଜର ପ୍ରତିଯୋଗୀକୁ ହରାଇ ଆମର ଶରୀର ଗଠନ କରିଥାଏ l ବର୍ଲିନର ଗବେଷକ ମାନେ କହିଛନ୍ତି ଯେ ଯେତେବେଳେ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ କୌଣସି ପୁରୁଷ ଶୂକ୍ରାଣୁ ବାହାରିଥାଏ ,ସେତେବେଳେ ଲକ୍ଷଲକ୍ଷ ସଂଖ୍ୟାରେ ଅଣ୍ଡା କୋଷିକା ଗୁଡିକ ତା ଆଡକୁ ଆକୃଷ୍ଟ ହୋଇ ଆସିଥାନ୍ତି l

ସେମାନେ ଅତ୍ୟନ୍ତ ଦ୍ରୁତ ଗତିରେ ଆକୃଷ୍ଟ ହୋଇ ଗୋଟିଏ ନୂଆ ଜୀବକୁ ଉତ୍ପତି କରିବାକୁ ଇଛା କରିଥାନ୍ତି l ଶୂକ୍ରାଣୁ ଗୁଡିକ ଅଣ୍ଡା କୋଷିକା ପର୍ଯ୍ୟନ୍ତ ପହଂଚିବା ପାଇଁ ନିଜର ସାମର୍ଥ୍ୟ ଦେଖାଇ ଥାନ୍ତି ,ସେମାନଙ୍କ ପାଖରେ ଥିବା ପ୍ରୋଟିନ RAC-1ମାତ୍ରା ଉପରେ ନିର୍ଭର କରିଥାଏ l

ଯଦି RAC -1ପ୍ରୋଟିନର ମାତ୍ରା ଉପଯୁକ୍ତ ହୋଇଥାଏ ପ୍ରତେକଟି ଶୁକ୍ରାଣୁର ଶକ୍ତି ଓ ଗତି ଭଲ ରହିଥାଏ l ଯଦି ଏହି ପ୍ରୋଟିନ ରହି ନଥାଏ ତେବେ ନପୁଂସକତା କାରଣ ଦେଖା ଯାଇଥାଏ l ମୂଷା ମାନଙ୍କ ଉପରେ ହୋଇଥିବା ଗୋଟିଏ ଅଧୟନ ଅନୁସାରେ କିଛି ଶୂକ୍ରାଣୁ ଅତ୍ୟନ୍ତ ସ୍ୱାର୍ଥପର ମଧ୍ୟ ହୋଇଥାନ୍ତି l

ଏଥିରେ ତାଙ୍କର ସାହାଯ୍ୟ କରିଥାଏ ଏକ ବିଶେଷ ପ୍ରକାରର DNA ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ଅନୁବଂଶିକ ଉତରଧିକାର ନିୟମକୁ ଭାଙ୍ଗିବାର ଦେଖା ଯାଇଥିଲା l ଏଥିରୁ ଶୂକ୍ରାଣୁ ମାନଙ୍କର ସଫଳତାର ଦର ଧାର୍ଯ୍ୟ ହୋଇଥିଲା l ବୈଜ୍ଞାନିକ ମାନେ କହିଛନ୍ତି ଯେ ଆମର ଗବେଷଣା କହୁଛି ଯେ ଯେତେବେଳେ ଗର୍ଭ ଧରଣର ସମୟ ଆସିଥାଏ ସେତେବେଳେ ଶୂକ୍ରାଣୁ ମାନେ ଅତ୍ୟନ୍ତ କ୍ରୁର ହୋଇଯାଇ ଥାନ୍ତି l “T-ହେପ୍ଲଟାଇପ” ଜେନେଟିକ ଫ୍ୟାକ୍ଟର ଯୁକ୍ତ ଶୂକ୍ରାଣୁ ଜୟଲାଭ କରିବା ପାଇଁ ଦ୍ରୁତ ଗତିରେ ଆଗକୁ ବଢି ଥାନ୍ତି l ଏମାନେ ନୂଆ ଜନ୍ମର ଆରମ୍ଭ ଭୁଲ ଭାବରେ କରି ଥାନ୍ତି l

Show More

Related Articles

Back to top button