ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କାଞ୍ଚନ ଗଛ ଓ ଫୁଲରେ କିପରି କରିବା ଚିକିତ୍ସା

କାଞ୍ଚନ ଗଛ ପ୍ରାୟ ଭାରତର ସମସ୍ତ ସ୍ଥାନରେ ଦେଖା ଯାଇଥାଏ l ଏହି ଗଛର ଫୁଲକୁ ଠାକୁରଙ୍କୁ ମଧ୍ୟ ଦିଆଯାଇଥାଏ lକାଞ୍ଚନ ଫୁଲ ଲାଲ ,ହଳଦିଆ ଓ ଧଳା ରଙ୍ଗରେ ଦେଖିବାକୁ ମିଳେ l ଔଷଧ ଭବରେ ନାଲି ରଙ୍ଗର କାଞ୍ଚନ ଫୁଲକୁ ଅଧିକ ପ୍ରାଥମିକତା ଦିଆଯାଏ l ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ପାଇଁ କାଞ୍ଚନ ଫୁଲକୁ ବ୍ୟବହୃତ କରାଯାଏ

* ପାଟିରେ ଘା ହେବା -କାଞ୍ଚନ ଗଛର ଛେଲିରେ ଓ ଡାଳିମ୍ବ ଫୁଲ ସମାନ ମାତ୍ରାରେ ନେଇ ପାଣିରେ ସିଝାଇ ସେହି ପାଣିରେ ଦିନକୁ ଚାରି ପାଞ୍ଚଥର କୁଲି କରିବା ଦ୍ୱାରା ପାଟିର ଘା ଠିକ ହୋଇଯାଇଥାଏ l

* ଶୋଥ ରୋଗ -ଶୋଥ ରୋଗ ଗୋଟିଏ ଥଣ୍ଡା ଜନିତ ରୋଗ ଅଟେ l ଏହା ହେବ ଦ୍ୱାରା ଥଣ୍ଡାରୁ ଶରୀର ଫୁଲିଯିବା ସହିତ ପେଲା ମଧ୍ୟ ବାହାରିଥାଏ l ଏପରି ହେଉଥିଲେ କାଞ୍ଚନ ଗଛର ଚେରକୁ ପାଣିରେ ସିଝାନ୍ତୁ l ସେଥିରେ କିଛି ହଳଦିଆ କାଞ୍ଚନ ଫୁଲର ରସ ମିଶାନ୍ତୁ l ଏହା ପରେ ଏହି ସିଝା ପାଣିକୁ ସକାଳେ ଓ ସନ୍ଧ୍ୟାରେ ଦୁଇଥର ପିଇବା ଦ୍ୱାରା ଶୋଥ ରୋଗ ଭଲ ହୋଇଯାଏ l

* ନାଳ ଝାଡା -ଯଦି ଦୀର୍ଘଦିନ ଧରି ନାଳ ଝାଡା ଲାଗି ରହିଛି ତେବେ କାଞ୍ଚନ ଫଳ ସୁଖିଥିବା ଅବସ୍ଥାରେ ଗୁଣ୍ଡ କରନ୍ତୁ l ଏହାପରେ ଏହି ଗୁଣ୍ଡରୁ ୫ ଗ୍ରାମ ନେଇ ପାଣି ସହିତ ସେବନ କରିବା ଦ୍ୱାରା ନାଳ ଝାଡା ଭଲ ହୋଇଥାଏ l

* ଦାନ୍ତ ରୋଗ -କାଞ୍ଚନ ଗଛର ଛେଲି ୨୫ ଗ୍ରାମକୁ ନେଇ ଶିଳରେ ବାଟି ଦିଅନ୍ତୁ ,ଏହାପରେ ତାକୁ ସାମାନ୍ୟ ଉଷୁମ କରି ଦାନ୍ତ ମାଢିରେ ଲଗାନ୍ତୁ l ଏପରି କରିବା ଦ୍ୱାରା ଦାନ୍ତ ରୋଗ ଭଲ ହୋଇଯିବ l

* ଶରୀରରେ ଗେଟା ବାହାରିଥିଲେ -ବେଳେବେଳେ ଶରୀରରେ ଗୁଳି ଗୁଳି ଭଳି କିଛି ବାହାରିଥିବାର ଦେଖା ଯାଇଥାଏ l ଯଦି ଏହି ଭଳି ଗୁଳି ବାହାରିଛି କାଞ୍ଚନ ଗଛର ଛେଲିକୁ ବାଟି ସୋରିଷ ତେଲ ସହିତ ଗରମ କରି ସେହି ଗୁଳି ବାହାରିଥିବା ସ୍ଥାନରେ ମାଲିସ କରନ୍ତୁ l ତା ସହିତ କାଞ୍ଚନ ଫୁଲକୁ ବାଟି ଗୁଡା ସାହିତ ମିଶାଇ ସେବନ କରିବା ଦ୍ୱାରା ସେହି ଗୁଳି ମିଳାଇ ଯାଇଥାଏ l

Show More

Related Articles

Back to top button