ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: କ୍ୟାରିୟରରେ ସୁଧାର ଆଣିବା ପାଇଁ ଭଲ ଦିନଟିଏ। ଆପଣଙ୍କ କାମ ପାଇଁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ବୈବାହିକ ଜୀବନ ଭଲ ରହିବ।

ବୃଷ: ଅର୍ଥ ସମ୍ବନ୍ଧରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଅଫିସରେ ବ୍ୟକ୍ତିଗତ କଥା କାହାରିକୁ ଜଣାନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

କର୍କଟ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଚାକିରିରେ ବିଶେଷ ସଫଳତା ହାସଲ ହେବ। ମନୋର˚ଜନ ପାଇଁ ଖର୍ଚ୍ଚ କରିବେ।

ସି˚ହ: ସମୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ରୋଜଗାର ପାଇଁ ସୁଯୋଗ ପାଇବେ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଘରକୁ ବନ୍ଧୁ ଆସିବେ।

କନ୍ୟା: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। କମ୍‌ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

ତୁଳା: ନେତା ଓ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ସୁଦୃଢ଼ ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ବଢ଼ିବ।

ବିଛା: ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରହିବ। ଜମାପୁଞ୍ଜି ବୃଦ୍ଧି ହେବ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।

ଧନୁ: ସମାଜରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମକର: ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। କାରବାର ସ˚ପର୍କିତ ଯାତ୍ରା ଯୋଗ ରହିଛି। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ।

କୁମ୍ଭ: ପୂଜାର୍ଚ୍ଚନାରେ ମନକୁ ଶାନ୍ତି ମିଳିବ। ବୟସରେ ବଡ଼ ଲୋକ ଆପଣଙ୍କୁ ଭଲ ପରାମର୍ଶ ଦେଇପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ।

ମୀନ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ଼ ଆଣିବ। କୌଣସି କାମରେ ଅଧିକ ପରିଶ୍ରମ କରିବେ।

Show More

Related Articles

Back to top button