ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ପଢିବା ଓ ଜାଣିବା ଫିଟିକିରୀର ଗୁଣ ବିଷୟରେ-

ଫିଟିକିରୀ ଗୋଟିଏ ସାମାନ୍ୟ ଜିନିଷ ଭବନ୍ତୁ ନାହିଁ l ଏହି ସାମାନ୍ୟ ଦେଖାଯାଉଥିବା ଜିନିଷଟିରେ ରହିଛି ଅନେକ ଗୁଣ l ବଜାରରେ ଅତି ସହଜରେ ମିଳିଯାଇଥିବା ଏହି ଜିନିଷଟି ଆମର ଅନେକ କାମରେ ଆସିଥାଏ

ଏହାକୁ ବିଶେଷ କରି ଘରେ ପାଣିକୁ ସଫା ରଖିବା ପାଇଁ ବ୍ୟବହାର କରାଯାଏ ,କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି l ଖାସ କରି ଏହାକୁ ଆମେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାଉ l ଆଜି ଆସନ୍ତୁ ଜାଣିବା ସୀତା ଋତୁରେ କିପରି ଭାବରେ ଫିଟିକିରୀର ବ୍ୟବହାର କରିବା l

* ଗୋଇଠି ଫାଟିଥିଲେ ଲଗାନ୍ତୁ ଫିଟିକିରି l ସାଧାରଣତଃ ସୀତା ଋତୁରେ ପାଦର ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ଅଟେ l ଫିଟିକିରି କୁ ତାୱାର ଉଷୁମ କରିବା ଦ୍ୱାରା ଏହା ଟିକେ ନରମ ହୋଇଯାଇଥାଏ l ଏହାପରେ ସେଥିରେ କିଛି ନଡ଼ିଆ ତେଲ ମିଶାଇ ପ୍ରଭାବିତ ସ୍ଥାନକୁ ସଫା କରି ଲଗାନ୍ତୁ ଦେଖିବେ କିଛି ଦିନ ପରେ ଠିକ ହୋଇଯିବ l

* ବ୍ରଣ ରୁ ମୁକ୍ତି ପାଇବେ ,ଶୀତଋତୁରେ ଚମଡା ଶୁଷ୍କ ହେବ ଦ୍ୱାରା ଅଧିକାଂଶ ସ୍ସ୍ଥାନରେ ମୁଖମଣ୍ଡଳର ବ୍ରଣ ସହିତ କାଠ ବରଂ ମଧ୍ୟ ଉଠିଥାଏ l ଏଥିରୁ ମୁକ୍ତି ପାଇବା ପାଇଁ ଫିଟିକିରିକୁ ପେଷି ପାଣିରେ ମିଶାନ୍ତୁ ଏହାପରେ ଏହି ଦୁଇଟି ଜିନିଷରେ କିଛି ଚନ୍ଦନ ଗୁଣ୍ଡ ମିଶାନ୍ତୁ l ଏହାପରେ ତାହାକୁ ମୁଖ ମଣ୍ଡଳରେ ଲାଗି ୨୦ ମିନିଟ ପରେ ଧୋଇ ଦିଅନ୍ତୁ l ଏପରି କିଛି ଦିନ କରିବା ଦ୍ୱାରା ଦେଖିବେ ମୁଖ ମଣ୍ଡଳରୁ ବ୍ରଣ ଦୂର ହୋଇଯିବ l

* ମୁଣ୍ଡ ରୁପିର ଚିକିତ୍ସା ଫିଟିକିରି ଦ୍ୱାରା ଶୀତଋତୁରେ ମୁଣ୍ଡରେ ରୁପି ହେବ ଏକ ସାଧାରଣ ସମସ୍ୟା l ଯଦି ଏହିପରି ହେଉଛି ଶାମ୍ପୁରେ କିଛି ମାତ୍ରାରେ ଫିଟିକିରି ଓ ଲୁଣ ମିଶାଇ କେଶ ଧୁଅନ୍ତୁ ଯାହା ଦ୍ୱାରା ରୁପି ଦୂର ହୋଇଯିବ l

* ଥଣ୍ଡାରେ ନାକରୁ ରକ୍ତ ପଡିବ ,ଶୀତଋତୁରେ ପ୍ରାୟତଃ ଅଧିକ ଥଣ୍ଡା କାରଣରୁ ନାକରୁ ରକ୍ତ ପଡିଥାଏ l ଯଦି ଏପରି ସମସ୍ୟା ଦେଖା ଯାଉଛି ତେବେ ଫିଟିକିରି ନାକରେ ଉପର ଭାଗରେ ପାଣିରେ ବୁଡାଇ ଘସନ୍ତୁ ଏବଂ ଫିଟିକିରିକୁ ଉଷୁମ କରି ତାହାର ବାମ୍ଫକୁ ଶୁଙ୍ଘିବାକୁ ଚେଷ୍ଟା କରନ୍ତୁ ଏପରି କରିବା ଦ୍ୱାରା ସେଥିରୁ ଆରାମ ମିଳିଥାଏ l

Show More

Related Articles

Back to top button