Breaking PLUSଓଡ଼ିଶାରାଜନୀତି

ବିଜେପିର ଜାତୀୟ ରାଜପଥ ଅବରୋଧ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଥିବା ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ଗତକାଲି ଠାରୁ ସମ୍ବଲପୁର ବିଜେପି ପକ୍ଷରୁ ଜମନକିରା ଷଣ୍ଢପଥରଠାରେ ଚାଳିଥିବା ଜାତୀୟ ରାଜପଥ ଅବରୋଧ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି

ବିଜେପି ପକ୍ଷରୁ ଦୀର୍ଘ ୪୦ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଜାତୀୟ ରାଜପଥ ଅବରୋଧ ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ ଚାଷି ଙ୍କ ସମସ୍ୟା ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଏଥିସହ ଆସନ୍ତା ୪ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପ୍ରତିଶୃତି ଫଳପ୍ରଦ ନହେଲେ କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

Show More

Related Articles

Back to top button