ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସ୍କୁଲ ଖୋଲିଛି । ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଆଜିଠାରୁ ସ୍କୁଲର ଶ୍ରେଣୀକକ୍ଷରେ ପାଦ ଥାପିଛନ୍ତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ତାରିଖରେ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯିବ।
ଏହାପୂର୍ବରୁ ଶ୍ରେଣୀକକ୍ଷରେ କୋଭିଡ଼ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କିପରି ପାଠ ପଢାଯିବ ଓ ୧୦୦ ଦିନରେ ଯେପରି ପାଠପଢା ସମ୍ପୁର୍ଣ୍ଣ କରାଯିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।ସମ୍ବଲପୁର ଜିଲ୍ଲାର ସମସ୍ତ ସ୍କୁଲରେ ପ୍ରତି ବିଭାଗରେ ୨୦ରୁ ୨୫ ପିଲା ବସିବା ପାଇଁ ବ୍ୟବସ୍ଥା କରାଯିବା ସହ ବିଦ୍ୟାଳୟରେ ସାନିଟାଇଜର, ହାତଧୁଆ ସାବୁନ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ସମ୍ବଲପୁର ଜିଲ୍ଲାରେ ୨୧୧ ହାଇସ୍କୁଲ ଖୋଲିଥିବା ବେଳେ ୫୨ଟି ହାୟର ସେକେଣ୍ଡରି ସ୍କୁଲ ଖୋଲିଛି। ସେହିପରି ଜିଲ୍ଲାରେ ସ୍କୁଲ ଗୁଡିକ ଖୋଲିବା ପାଇଁ କୋଭିଡ ନିୟମ ତଦାରଖ କରିବା ପାଇଁ ସ୍ୱତନ୍ତ୍ର ତ୍ରିସ୍ତରୀୟ ସ୍କୁଡା ଗଠନ କରାଯାଇଛି ।