ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ନିଃସ୍ବାର୍ଥପର ସମାଜ ସେବା ଦ୍ବାରା ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ। ଭବିଷ୍ୟତ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ବୃଷ: ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ସକାରାତ୍ମକ ରହିବ।

ମିଥୁନ: ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। କୋର୍ଟ କଚେରି ବିବାଦରେ ବିଜୟ ଲାଭ କରିବେ।

କର୍କଟ: ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ଅଫିସ ବିବାଦରେ ଆପଣ ଜୟଯୁକ୍ତ ହେବେ। ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ।

ସି˚ହ: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ପ୍ରେମିକ ଆପଣଙ୍କୁ ଉପହାର ଦେଇପାରନ୍ତି।

କନ୍ୟା: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ତୁଳା: ଆପଣଙ୍କର ଅଧିକାଂଶ ମାମଲା ସମାଧାନ ହୋଇଯିବ। ଭ୍ରମଣ ସୁଖଦ ରହିବ। ଇ˚ଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ବିଛା: ମନରେ ସକାରାତ୍ମକ ପରିବର୍ତ୍ତନ ହେବ। ଚାକିରି ପାଇଁ ବଡ଼ କ˚ପାନିରୁ ଇମେଲ୍‌ ଆସିପାରେ। ପରିବାରରେ ସୁଖଦ ପରିବେଶ ରହିବ।

ଧନୁ: ବଡ଼ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ବ ମିଳିବ। ବ୍ୟବସାୟ କାମରେ ବୃଦ୍ଧି ହେବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ମକର: ସମସ୍ୟା ହ୍ରାସ ପାଇବ। ଅଫିସରେ ସହକର୍ମୀ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟରେ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

କୁମ୍ଭ: ଦୈନିକ କାମରେ ବାଧା ଉପୁଜିପାରେ। ରାଜନୀତିରେ ସଫଳତା ପାଇବେ। ମହିଳାମାନେ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ମୀନ: ଭଲ ବ୍ୟବହାର ଦ୍ବାରା କିଛି ଲୋକଙ୍କୁ ନିଜ ସପକ୍ଷରେ କରିନେବେ। ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହିତ ସମ୍ବନ୍ଧ ଉତ୍ତମ ହେବ।

Show More

Related Articles

Back to top button