ସ୍ୱାସ୍ଥ୍ୟ

ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି କି?

ତେବେ ହୋଇଯନ୍ତୁ ସାବଧାନ, ଆସନ୍ତୁ ଜାଣିବା କିପରି

ଖାଦ୍ୟକୁ ସ୍ୱାଦଯୁକ୍ତା କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ମସଲାର ବ୍ୟବହାର କରିଥାଉ l ଭାରତୀୟ ମାନଙ୍କର ଖାଦ୍ୟ ପ୍ରସ୍ତୁତି ବିନା ମସଲାରେ ହୋଇ ନଥାଏ l ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଅଲଗା ଅଲଗା ପ୍ରକାରର ମସଲାରେ ଖାଦ୍ୟ ପ୍ରସ୍ତୁତ କରାଯାଏ l କଣ ଆପଣ ଜାଣନ୍ତି କି ?ମସଲା ଯୁକ୍ତ ଭୋଜନ ପେଟର ଅଧିକାଂଶ ସମସ୍ୟାର କାରଣ ହୋଇଥାଏ l ଏହି ସମସ୍ୟା ପଛର ମୁଖ୍ୟ କାରଣ ହେଲା ମସଲାରେ ଥିବା ଅମ୍ଳ ଯୁକ୍ତ ସାମଗ୍ରୀ l ମସଲାରୁ ଅନେକ ପ୍ରକାରର ଭିଟାମିନ ଓ ପୋଷକତତ୍ୱ ମିଳିଥାଏ ,କିନ୍ତୁ ଅଧିକ ମାତ୍ରାରେ ଆଜିକାଲିର ମସଲାରେ ରଙ୍ଗ ଓ ରାସାୟନିକ ପଦାର୍ଥ ମିଶା ଯାଉଛି ଯାହା ଆମ ଶରୀର ପାଇଁ କ୍ଷତି କାରକ l

ଭୋକ କମ ଲାଗିବ -ମସଲା ଯୁକ୍ତ ଭୋଜନ ମଧ୍ୟମ ମାତ୍ରାରେ ସେବନ କରିବା ଠିକ ଅଟେ l ସପ୍ତାହାକୁ ମାତ୍ର ୪ ଥର ଯଦି ଆପଣ ମସଲା ଯୁକ୍ତ ଖାଦ୍ୟ ଖାଊଛାନ୍ତି ତେବେ ଠିକ ଅଛି ,କିନ୍ତୁ ସାପ୍ତାହ ସାରା ମସଲା ଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଭୋକ କମିଯାଇଥାଏ l

ଗ୍ୟାସ୍ଟ୍ରିକ ଓ ଅଲସର -ମସଲା ଯୁକ୍ତ ଖାଦ୍ୟ ସମ୍ବେଦନ ଶିଳ ଛୋଟ ଅନ୍ତ କୋଷରେ ଅଲସରର କାରଣ ହୋଇପାରେ l ଏହା ଦ୍ୱାରା ପେଟରେ ଯନ୍ତ୍ରଣା ,ବାନ୍ତି ଓ ଓଜନ କମିବା ସମସ୍ୟା ଦେଖାଦେଇ ପରେ l

ପେଟରେ ପୋଡା ଜଳା -ଅଧିକ ରାଗ ଓ ମସଲାଯୁକ୍ତ ଭୋଜନ ଖାଇବା ଦ୍ୱାରା ପେଟର ପୋଡା ଜଳା ର ସମସ୍ୟା ଦେଖା ଦେଇଥାଏ l ଯାହା ଦ୍ୱାରା ଆପଣଙ୍କ ମନ ବିବ୍ରତ ରହିବ ସହିତ ନିଦ ହେବାରେ ମଧ୍ୟ ବାଧା ଉପୁଜେ l ଯଦି ଆପଣ ରାତ୍ରି ଭୋଜନ ଡେରିରେ କରୁଛନ୍ତି ମସଲା ଯୁକ୍ତ ଖାଦ୍ୟ ଖାନ୍ତୁ ନାହିଁ l ଏହା ଆପଣଙ୍କ ପାଚନ ସମ୍ବଧୀୟ ସମସ୍ୟାକୁ ବଢ଼ାଇ ଦେବ ,ତେଣୁ ବାହାର ଖାଦ୍ୟ ପରିତ୍ୟାଗ କରନ୍ତୁ l ନିଜ ପେଟକୁ ଯଦି ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ମସଲାଯୁକ୍ତ ଖାଦ୍ୟ ଯେତେ ପାରିବେ କମ ଖାଆନ୍ତୁl

Show More

Related Articles

Back to top button