ସ୍ୱାସ୍ଥ୍ୟ

ବିଳମ୍ବିତ ରାତ୍ରିରେ ଭୋଜନ କରୁଥିଲେ ହୋଇଯାନ୍ତୁ ସାବଧାନ

ଏହି ୫ପ୍ରକାରର ସମସ୍ୟା ଦେଖାଯାଇପାରେ-

ବ୍ୟସ୍ତବହୁଳ ଜୀବନରେ ଆମର ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ମଧ୍ୟ ବିଭିନ୍ନ ବାଧା ଉପୁଜୁଛି l ଆମର ଖାଇବା ଶୋଇବା ସବୁ କିଛି ଏପଟ ସେପଟ ହେଉଛି l ଆମର କୌଣସି ସମୟ ଠିକ ରହୁନାହିଁ l ବେଳେବେଳେ ଆମେ କୌଣସି କାର୍ଯ୍ୟକୁ ନେଇ ଡେରିରେ ଖାଇଥାଉ ତ ଆଉ କେତେବେଳେ ଟେଲିଭିଜନ ଆଗରେ ବସି କିଛି ଦେଖୁ ଦେଖୁ ଡେରିରେ ଖାଇଥାଉ l କିନ୍ତୁ ରାତ୍ରି ଭୋଜନ ଡେରିରେ କରିବା ଦ୍ୱାରା ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ l ଏହା ଆମର ଓଜନ ବଢାଇବା ସହିତ ହୃତପିଣ୍ଡର ମଧ୍ୟ କ୍ଷତି ଘଟାଇ ଥାଏ l ଆମ ପୂର୍ବ ପୁରୁଷ ସୁସ୍ଥ ରହିବାର ଗୋଟିଏ କାରଣ ହେଲା ସମୟ ଅନୁବର୍ତ୍ତିତା l

ଆଜିକାଲି ପ୍ରାୟ ସମସ୍ତେ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ଚାହାଁନ୍ତି , କିନ୍ତୁ ଦିନ ସାରା ଆପଣ ଯେତେ ନିଜକୁ ସୁସ୍ଥ ରଖିଲା ଭଳି ଖାଦ୍ୟ ଖାଆନ୍ତୁ ପଛକେ ରାତିରେ ଯଦି ଠିକ ସମୟରେ ନ ଖାଇଲେ ତେବେ ଏହା ଆପଣଙ୍କର ଦିନ ସାରା କରିଥିବା ପରିଶ୍ରମକୁ ଭଣ୍ଡୁର କରିଦେବ l ରାତ୍ରି ଭୋଜନ ଡେରିରେ କରିବା ଦ୍ୱାରା କି ପ୍ରକାରର କ୍ଷତି ହୋଇଥାଏ ଆସନ୍ତୁ ଜାଣିବା l

*ମେଦ ବହୁଳତା କମିବା ହୁଏ ଅସୁବିଧା -ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ହୋଇଥାଏ ମେଦ ବହୁଳତା l ତେଣୁକରି ରାତିରେ ଶୋଇବାର ୩ ଘଣ୍ଟା ପୂର୍ବରୁ ଭୋଜନ କରିବା ଆବଶ୍ୟକ l ବିଳମ୍ବିତ ରାତିରେ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ପାଇଥାଏ l ଏହିସବୁ ଦୃଷ୍ଟିରୁ ରାତ୍ରି ଭୋଜନ ଶୀଘ୍ର କରନ୍ତୁ l

*ଶୋଇବାରେ ବ୍ୟବଧାନ – ଯେଉଁ ବ୍ୟକ୍ତିମାନେ ଡେରିରେ ଖାଆନ୍ତି ସେମାନେ ଡେରିରେ ଶୁଅନ୍ତି l ଯାହା ଆମ ଶରୀର ପାଇଁ ଠିକ ନୁହେଁ l ଯାହା ବିଭିନ୍ନ ରୋଗର କାରଣ ଅଟେ l

*ପାଚନ ପ୍ରକ୍ରିୟାରେ ଅସୁବିଧା – ଯଦି ଆପଣ ରାତ୍ରି ଭୋଜନ ଡେରିରେ କରନ୍ତି ତେବେ ଏହା ଗ୍ୟାସ୍ଟ୍ରିକ ସମସ୍ୟା ସୃଷ୍ଟି କରିଥାଏ l କାରଣ ଡେରିରେ ଖାଇବା ଦ୍ୱାରା ଆମର ଖାଦ୍ୟ ହଜମ ହୁଏ ନାହିଁ l ପରିଣାମ ସ୍ୱରୂପ ଅଧିକ ଏସିଡ ସ୍ରାବ ହୋଇଥାଏ l

*ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ – ଯେତେବେଳେ ଆପଣ ଠିକରେ ଶୁଅନ୍ତି ନାହିଁ ତେବେ ଆପଣଙ୍କୁ ଦିନସାରା ଚିଡିଚିଡା ଲାଗିଥାଏ l କୌଣସି କାମ କରିବାକୁ ଇଛା ହୁଏନାହିଁ l ଏହାଦ୍ୱାରା ଧୀରେ ଧୀରେ ଅବସାଦ ବଢ଼ିଯାଇଥାଏ l

*ଓଜନ ବୃଦ୍ଧି – ରାତ୍ରି ସମୟରେ ଆପଣଙ୍କ ଶରୀରର ମେଟାବୋଲିଯିମ ଧୀରେ ହୋଇ ଯାଇଥାଏ l ଏହା ବ୍ୟତୀତ ଦିନ ସମୟରେ ଯେପରି ଭାବରେ କ୍ୟାଲୋରୀ ନଷ୍ଟ କରିଥାଏ , ରାତ୍ରି ସମୟରେ ସେପରି ହୋଇପାରେ ନାହିଁ l

Show More

Related Articles

Back to top button