ଜୀବନଚର୍ଯ୍ୟାଦେଶ ବିଦେଶସ୍ୱାସ୍ଥ୍ୟ

ହିନ୍ଦୁ ଧର୍ମରେ ପତ୍ରମାନଙ୍କ ପୌରାଣିକ ମାନ୍ୟତା ଓ ବିଶେଷତ୍ୱ

ଆସନ୍ତୁ ପଢିବା ଓ ଜାଣିବା ସେବିଷୟରେ-

ଈଶ୍ୱରଙ୍କ ପରେ ହିନ୍ଦୁ ଧର୍ମରେ ପ୍ରକୃତିକୁ ସବୁଠାରୁ ଅଧିକ ମହତ୍ୱ ଦିଆ ଯାଇଥାଏ l କାରଣ ପ୍ରକୃତିରେ ସେହି ସବୁ ଜିନିଷ ମିଳିଥାଏ ଯାହା ଆମେ ପାଇବାକୁ ଚାହିଁଥାଉ l ଆମ ଧର୍ମ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ଗଛ ଓ ପତ୍ର କୁ ପବିତ୍ର ଭାବରେ ଗ୍ରହଣ କରା ଯାଇଥାଏ l ଧର୍ମ ଶାସ୍ତ୍ରରେ ସମସ୍ତ ପ୍ରକାର ବୃକ୍ଷ ସହିତ ପ୍ରକୃତିର ସମସ୍ତ ତତ୍ଵକୁ ମଧ୍ୟ ମହତ୍ୱ ଦିଆଯାଇ ବିବେଚନା କରାଯାଇଛି l ଆଜି ଆସନ୍ତୁ ଜାଣିବା କେତୋଟି ମୁଖ୍ୟ ପତ୍ର ବିଷୟରେ l

ତୁଳସୀ ପତ୍ର -ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ପତ୍ର ହେଲା ତୁଳସୀ l ଯେତେବେଳେ ଆମେ ଈଶ୍ୱରଙ୍କୁ ଭୋଗ ଲଗାଇଥାଉ ସେହି ସମୟରେ ତୁଳସୀ ପତ୍ର ଦ୍ୱାରା ଭୋଗ ଲଗାଉ l ପୌରାଣିକ ମତ ଅନୁସାରେ ତୁଳସୀ ପତ୍ର ଖାଇବା ଦ୍ୱାରା ମଣିଷ ରୋଗ ଓ ଶୋକରୁ ମୁକ୍ତି ପାଇଥାଏ l ତୁଳସୀ ପତ୍ରକୁ ସନ୍ଧ୍ୟା ସମୟରେ ତୋଳାଯାଏ ନାହିଁ l ଯଦି ଆମେ ଦୂଷିତ ପାଣିରେ କିଛି ତୁଳସୀ ପତ୍ର ପକାଇବା ତେବେ ସେହି ପାଣି ସୁଧିତ ହୋଇଥାଏ l

ବେଲପତ୍ର -ହିନ୍ଦୁ ଧର୍ମରେ ବେଲପତ୍ର ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ l କୁହାଯାଏ ଯେ ଶିବଙ୍କୁ ବେଲପତ୍ର ଅର୍ପଣ କରି ପୂଜା କରାଗଲେ ଲକ୍ଷ୍ମୀଙ୍କର ପ୍ରାପ୍ତି ହୋଇଥାଏ l ବେଲପତ୍ର ସେବନ କରିବା ଦ୍ୱାରା ତ୍ରିଦୋଷ (ବାତ ,ପିତ ,କଫ )ରୁ ମୁକ୍ତି ମିଳିଥାଏ l ଏହା ସହିତ ମଧୁମେହ ଦ୍ୱାରା ଶରୀର ଉପରେ ପଡୁଥିବା ଖରପ ପ୍ରଭାବରୁ ଦୁରେଇ ରଖେ l ବେଳପତ୍ରକୁ ଚତୃଦଶୀ ,ଅମାବାସ୍ୟା ଇତ୍ୟାଦିରେ ତୋଳା ଯାଏ ନାହିଁ l

ପାନପାତ୍ର -ପାନକୁ ସଂସ୍କୃତରେ ତାମ୍ବୁଳ କୁହାଯାଏ l ଏହାକୁ ଆମେ ସମସ୍ତ ପ୍ରକାରର ପୂଜାରେ ବ୍ୟବହାର କରିଥାଉ l ଦକ୍ଷିଣ ଭାରତରେ ପାନପାତ୍ର ଭିତରେ ପାନ ମଞ୍ଜିକୁ ରଖି ଏକ ଟଙ୍କାର ମୁଦ୍ରା ସହିତ ଭଗବାନଙ୍କୁ ଅର୍ପଣ କରାଯାଏ l ଯେବେକି ଉତର ଭାରତରେ ଗୁଆ ସହିତ ଏକ ଟଙ୍କାର ମୁଦ୍ରା ସହିତ ସମର୍ପଣ କରାଯାଏ l କୌଣସି ବି ପୂଜା କଲାବେଳେ ପାନ ଓ ଆମ୍ବ ଉଭୟଙ୍କୁ ହିନ୍ଦୁ ଧର୍ମରେ ମହତ୍ୱ ଦିଆଯାଏ l ପାନପତ୍ରର ଔଷଧୀୟ ଗୁଣ ମଧ୍ୟ ରହିଛି l ଯଦି କାହାର ପରିଶ୍ରା ହେଉନାହିଁ ଓ ପେଟ କଷ୍ଟ ହେଉଛି ତେବେ ପାନପତ୍ରକୁ ଖିରରେ ଫୁଟାଇ ପିବ ଦ୍ୱାରା ଆରାମ ମିଳିଥାଏ l

କଦଳୀ ପତ୍ର -କଦଳୀ ପତ୍ରକୁ ସମସ୍ତ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ l କଦଳୀ ଗଛକୁ ଗୋଟିଏ ପବିତ୍ର ବୃକ୍ଷ ଭାବରେ ଗଣନା କରାଯାଇଛି l ପୌରାଣିକ ମତ ଅନୁସାରେ କଦଳୀ ଗଛକୁ ସମୃଦ୍ଧି ଓ ଉନତି ପାଇଁ ପୂଜା କରନ୍ତି l

ଆମ୍ବପତ୍ର-ଆମ ହିନ୍ଦୁ ଧର୍ମରେ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଆମ୍ବ ପତ୍ରର ବ୍ୟବହାର ହୋଇଥାଏ l ଘରର ମୁଖ୍ୟ ଦ୍ୱାରରେ ଯଦି ଅମ୍ବାପାତ୍ର ଲଗାଯାଏ ତେବେ ଘରକୁ ସକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ l ବୈଦିକ କାଳରୁ ଆମ୍ବ କାଠ ,ଘିଅ ଓ ହବନ ସମିଧ ଦ୍ୱାରା ହୋମ କଲେ ଘରର ବାତାବରଣ ଶାନ୍ତ ରୁହେ ବୋଲି କୁହାଯାଇଛି ତେଣୁ ଆମେମାନେ ଏହାକୁ ଆଜି ମଧ୍ୟ ମାନୁଛୁ l ବୈଜ୍ଞାନିକ ଦୃଷ୍ଟି କୋଣରୁ ଆମ୍ବ ପତ୍ରରେ ମଧୁମେହକୁ ଦୂର କରିବାର କ୍ଷମତା ରହିଛି l

Show More

Related Articles

Back to top button