ସ୍ୱାସ୍ଥ୍ୟ

ଅସନ୍ତୁ ଜାଣିବା ଧନିଆ ପତ୍ରର ଔଷଧୀୟ ଗୁଣ ବିଷୟରେ

ସାଧାରଣତଃ ତରକାରୀରେ ଆମ ଭାରତୀୟ ଖାଦ୍ୟ ପଦାର୍ଥ ଗୁଡିକରେ ଆମେ ଶୁଖିଲା ମସଲା ବ୍ୟବହାର କରିଥାଉ l ସେଗୁଡିକ ମଧ୍ୟରୁ ଧନିଆ ହେଉଛି ଗୋଟିଏ ଚମତ୍କାର ମସଲା l ଏହି ମସାଲାକୁ ଖାଦ୍ୟରେ ବ୍ୟବହାର କରିବା ସହିତ ବିଭିନ୍ନ ପ୍ରକାରର ରୋଗର ଉପଚାର ପାଇଁ ଆୟୁର୍ବେଦରେ ବ୍ୟବହାର କରାଯାଇଥାଏ

ଆମେ ଯେକୌଣସି ତିକ୍ତ ବାସ୍ନା ଯୁକ୍ତ ଜିନିଷ ଖାଉ ତାପରେ ମୁଖର ଦୁର୍ଗନ୍ଧକୁ ଦୂର କରିବା ପାଇଁ କିଛି ଭଜା ଧନିଆ ଚୋବାଇ ଥାଉ ,କାରଣ ମୁଖର ଦୁର୍ଗନ୍ଧ ହେବ ସହିତ ଖାଦ୍ୟ ମଧ୍ୟ ହଜମ କରିଥାଏ l

* ଗର୍ଭାବସ୍ଥାରେ ବାନ୍ତି ଲାଗିବ -ଗର୍ଭ ଧାରଣା କରିବା ପରେ ଗର୍ଭବତୀ ମହିଳା ମାନଙ୍କର ବାନ୍ତି ହୋଇଥାଏ l ଏହି ସମୟରେ ଧନିଆରେ ପ୍ରସ୍ତୁତ କାଢା ପିଇବା ଦ୍ୱାରା ବାନ୍ତି ଠିକ ହୋଇଥାଏ l ଯଦି ଆର୍ଜିନ ହେଉଛି ତେବେ ଏହି କାଢାରେ କିଛି ପରିମାଣରେ ମିସିରି ମିଶାଇ ପିଇବା ଦ୍ୱାରା ବାନ୍ତି ଠିକ ହୋଇଥାଏ l

* ପିତ ରୋଗ -ଶରୀରର ପିତ ରୋଗକୁ ଧନିଆ ପତ୍ର ରସ ଓ ମହୁ ଦ୍ୱାରା ଠିକ କରାଯାଇ ପାରିବ l ଧନିଆ ପତ୍ର ରସକୁ ମହୁ ସହିତ ମିଶାଇ ପିଇବା ଦ୍ୱାରା ପିତ ବାନ୍ତି କଷ୍ଟ ଭୋଗୁଥିବା ରୋଗୀ ମାନଙ୍କୁ ଆରମ୍ଭ ମିଳିଥାଏ ,ତାସାହିତ ଯଦି ଆପଣଙ୍କ ଶରୀରରେ ଏଲର୍ଜି ବାହାରୁଚି ତେବେ ଏହି ମିଶ୍ରଣକୁ ସେବନ କରନ୍ତୁ ଯାହା ଏଲର୍ଜୀରୁ ଆରାମ ଦେବ l

* ନେତ୍ର ରୋଗ -ଆଖି ପାଇଁ ଧନିଆ ବଡ ଗୁଣକାରୀ ଅଟେ l କିଛି ଧଣିଆକୁ କୁଟୀ ପାଣିରେ ଫୁଟାନ୍ତୁ ତାପରେ ଏହାକୁ ଥଣ୍ଡା କରନ୍ତୁ l ଥଣ୍ଡା ହୋଇଯିବା ପରେ ଗୋଟିଏ ମୋଟା କପଡ଼ାରେ ଛାଣି ବୋତଲରେ ଭାରି ରଖନ୍ତୁ l ଯଦି ଆଖି ପୋଡିବା ,ଆଖିରେ ବିନ୍ଧା ଓ ଆଖିରୁ ପାଣି ବୋହିବା ସମସ୍ୟା ଦେଖା ଦେଇଥାଏ ତେବେ ଏହାକୁ ସେବନ କରନ୍ତୁ l

Show More

Related Articles

Back to top button