ସ୍ୱାସ୍ଥ୍ୟ

ଘରୋଇ ଉପାୟରେ କରନ୍ତୁ ଏହି ୫ଟି ରୋଗର ଚିକିତ୍ସା

ଅଧିକାଂଶ ରୋଗର ଚିକିତ୍ସା ଆମ ଘରେ ହୋଇ ପାରିବ l କିନ୍ତୁ ଆମେ ଏବିଷୟରେ ଜାଣି ନପାରି ସବୁବେଳେ ବାହାରୁ ଔଷଧ କିଣି ଖାଇଥାଉ l କାରଣ ଆମର ସେ ବିଷୟରେ ଜ୍ଞାନ କମ ଅଟେ l ଏହି ଘରୋଇ ଉପଚାର ଗୁଡିକ ବିଷୟରେ ଯଦି ଆମେ ଜାଣିଥିବା ତେବେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ନିଜର ଚିକିତ୍ସା ଘରେ ଦେଶୀ ଉପାୟରେ କରି ପାରିବା

ଆସନ୍ତୁ ଆମେ ଆଜି ଆୟୁର୍ବେଦରେ ଦର୍ଶା ଯାଇଥିବା ସେହିପରି କିଛି ଘରୋଇ ଉପଚାର ବିଷୟରେ ଜାଣିବା l

* ମାଈଗ୍ରେନ -ଯଦି ଆପଣ ମାଈଗ୍ରେନ ରୋଗରେ ପୀଡିତ ଅଛନ୍ତି ତେବେ ଏହାକୁ ଘରୋଇ ଉପଚାର ଦ୍ୱାରା ଠିକ କରି ପାରିବେ l ଗୋଟିଏ ସେଓ ଫଳ ନିଅନ୍ତୁ ,ଏହାକୁ ଛୋଟ ଛୋଟ ଖଣ୍ଡକରି କାଟି ରଖନ୍ତୁ ,କିନ୍ତୁ ଏହାର ଚୋପା ଛଡେଇ ଦେବା ଆବଶ୍ୟକ l ତାପରେ ଏହି ଛୋଟ ଖଣ୍ଡ ଗୁଡିକରେ କିଛି ଲୁଣ ଛିଂଚି ସକାଳୁ ଖାଲି ପେଟରେ ଖାଆନ୍ତୁ l କିଛିଦିନ ଖାଇଲା ପରେ ଦେଖିବେ ଆପଣଙ୍କ ମାଈଗ୍ରେନ ଧୀରେ ଧୀରେ ଦୁରେଇ ଯିବ l

* ଗଳାରେ ଯନ୍ତ୍ରଣା -ତୁଳସୀର ଦୁଇ ତିନିଟି ପତ୍ର କମ ଆଞ୍ଚରେ କିଛି ସମୟ ପାଇଁ ଫୁଟାନ୍ତୁ l ଯେତେବେଳେ ତୁଳସୀର ରସ ସେହି ପାଣିରେ ମିଶିଯିବ ତାକୁ ଗଳ ଗଳ କରନ୍ତୁ ଦେଖିବେ କିଛି ଦିନ ପରେ ଆପଣଙ୍କର ଗଳା ଯନ୍ତ୍ରଣା ଠିକ ହୋଇଯିବ l

* ତୁଣ୍ଡ ଘା -କଦଳୀ ଓ ମହୁକୁ ମିଶାଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ l ତାପରେ ଏହି ପେଷ୍ଟକୁ ନେଇ ତୁଣ୍ଡ ଭିତରେ ଘା ହୋଇଥିବା ଜାଗା ଗୁଡିକରେ ଲଗାନ୍ତୁ l ଦେଖିବେ ଖୁବ ଜଲ୍ଦି ଆପଣଙ୍କର ତୁଣ୍ଡ ଘା ଠିକ ହେବ ସହିତ ଭିଟାମିନ ମଧ୍ୟ ଆପଣଙ୍କ ଶରୀରକୁ ଯିବ l

* ନାକ ବନ୍ଦ ହେବ – ଅଧ କପ ପାଣିକୁ ଗରମ କରି ସେଥିରେ ସେଓରେ ପ୍ରସ୍ତୁତ ଭିନେଗାର ମିଶାନ୍ତୁ ,ତାପରେ ଏଥିରେ କିଛି ଗୋଲମରିଚ ଗୁଣ୍ଡ ପକାଇ ଏହାକୁ ପିଅନ୍ତୁ l ଦିନକୁ ଦୁଇଥର ଏପରି କରିବା ଦ୍ୱାରା ଦେଖିବେ ଆପଣଙ୍କୁ ଆରମ୍ଭ ମିଳିବ l

* ରକ୍ତଚାପ ନିୟନ୍ତ୍ରଣ -ଆଜିକାଲି ରକ୍ତଚାପ ବଢିବା ଏକ ସାଧାରଣ ସମସ୍ୟା ଭାବରେ ଦେଖା ଦେଇଛି l ପ୍ରାୟ ଏଥିରେ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଛନ୍ତି ,କିନ୍ତୁ ଆପଣ ଯଦି ଚାହିଁବେ ଏହାକୁ ଘରୋଇ ଉପଚାର ଭାବରେ ଠିକ କରି ପାରିବେ l ସକାଳୁ ଖାଲି ପେଟରେ କ୍ଷୀର ସହିତ ଅଁଳା ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ l

Show More

Related Articles

Back to top button