ଜୀବନଚର୍ଯ୍ୟାଦେଶ ବିଦେଶ

ଗୋଡ଼ର ଫୋଟୋ ଉଠାଇ ବିକ୍ରି କରୁଛନ୍ତି ମହିଳା, ମାସକୁ ଆୟ ୮ଲକ୍ଷ ଟଙ୍କା

ଆମେରିକାର ଜଣେ ୨୨ ବର୍ଷୀୟା ମଡେଲ ଡ଼ିଜାୟର ଗେଟୋ ଗୋଟିଏ ସମୟରେ ପ୍ରପର୍ଟି ବ୍ୟବସାୟ କରି ଗୋଟିଏ ସାଧାରଣ ଜୀବନ ଜାପାନ କରୁଥିଲେ ,କିନ୍ତୁ ସେ ପାର୍ଶ୍ୱ ବ୍ୟବସାୟ ପାଇଁ ମଡେଲିଂରେ ନିଜର ଭାଗ୍ୟ ପରୀକ୍ଷା କଲେ

ଏହାପରେ ସେ ଆଶ୍ଚର୍ଯ୍ୟ ହୋଇ ଗଲେ ଯେ ଲୋକମାନେ ତାଙ୍କ ଗୋଡ଼ର ଫଟୋ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିବା ପାଇଁ ପ୍ରସ୍ତୁତ ଅଛନ୍ତି l ଗେଟୋ ନିଜର ଇନଷ୍ଟାଗ୍ରାମରେ ଫଟୋ ଛାଡି ବେଶ ଲୋକପ୍ରିୟତା ହାସଲ କରିଛନ୍ତି l
ତାଙ୍କର ପାଖାପାଖି ଏକ ମିଲିୟନ ପ୍ରଶଂସକ ଅଛନ୍ତି l କିନ୍ତୁ ସେ ନିଜର ଗୋଡ଼ର ଫଟୋ ଛାଡି ପାଖାପାଖି ମାସକୁ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି l ଗେଟୋ କହିଲେ ଯେ ଥରେ ଜଣେ ବ୍ୟକ୍ତି ମେସେଜ କଲେ ଓ ମତେ ମୋ ଗୋଡ଼ର ୧୦ ଟି ଫଟୋ ପାଇଁ ୩୦୦ ଡଲାର ଦେବେ ବୋଲି କହିଲେ l ହଠାତକି ମୁଁ କିଛି ବୁଝି ପାରିଲି ନାହିଁ ,ସେ ମତେ ବାରମ୍ବାର ଫଟୋ ପାଇଁ ମେସେଜ କରି ଚାଲିଲେ କିଛି ସମୟ ପରେ ମୁଁ ଚିନ୍ତା କଲି ଯେ ହୁଏତ ଲୋକମାନଙ୍କୁ ମୋର ଗୋଡ ଆକର୍ଷଣ ଲାଗୁଛି l

ତାପରେ ମୁଁ ତାଙ୍କ କଥାରେ ରାଜି ହୋଇଗଲି l ସେ ଆହୁରି ମଧ୍ୟ କହିଛନ୍ତି କିଛି ଲୋକ ସୁନ୍ଦର ଗୋଡ ଦେଖିବାକୁ ପସନ୍ଦ କରିଥାନ୍ତି ,କିଛି ଲୋକ ମୋ ଗୋଡ଼ର ମୋଜାକୁ ମଧ୍ୟ ପସନ୍ଦ କରିଥାନ୍ତି l ଖାସ କଥାଟି ଯାହାକି ଏହି ଲୋକମାଙ୍କର ସେହିଭଳି କିଛି ଡିମାଣ୍ଡ ନଥାଏ ସେମାନେ କେବଳ ଗୋଡ଼କୁ ଦେଖି ଖୁସି ହୁଅନ୍ତି l ସେ ନିଜର ଗୋଡ଼ର ଫଟୋ ବ୍ୟତୀତ ଭିଡିଓ ମଧ୍ୟ ପ୍ରସ୍ତୁତ କରି ଚର୍ଚାରେ ରହିଛନ୍ତି lସେ ନିଜର ପ୍ରଶଂସକ ମାନଙ୍କୁ ସବୁବେଳେ ପଚାରିଥାନ୍ତି ଯେ ସେମାନଙ୍କୁ କି ପ୍ରକାରର ଫଟୋ ଦରକାର ,ସେ ନିଜ ପ୍ରଶଂସକଙ୍କ ଖୁସି ଅନୁସାରେ ଫଟୋ ଉଠାଇ ପଠାଇଥାନ୍ତି l ଶେଷରେ ସେ କହିଛନ୍ତି ଯେ ମୁଁ ଆଜି ପର୍ଯ୍ୟନ୍ତ ଜାଣି ପାରିଲି ନାହିଁ ଲୋକମାନେ ମୋ ଗୋଡ଼କୁ କାହିଁ ଏତେ ପସନ୍ଦ କରୁଛନ୍ତି l

Show More

Related Articles

Back to top button