ସ୍ୱାସ୍ଥ୍ୟ

ଲେମ୍ବୁପାଣି ସହିତ କଳାଲୁଣ ସ୍ୱାସ୍ଥ୍ୟ ପାଇଁ ହିତକର

ଶରୀରର ବଢୁଥିବା ଚର୍ବିକୁ କମ କରିବାପାଇଁ ଖାଦ୍ୟ ସହିତ ବ୍ୟାୟାମ କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ l ଆମେ ଏହା ଜାଣିଛୁ ଯେ କେଉଁ ଖାଦ୍ୟ ଖାଇଲେ ଆମର ମେଟାବୋଲିଯିମ ସୁଦୃଢ ହେବାରେ ସାହାଯ୍ୟ ମିଳିଥାଏ

ଲେମ୍ବୁପାଣି ଓ କଳା ଲୁଣର ମିଶ୍ରଣ ଓଜନ କମାଇବାରେ ଖୁବ ଲାଭଦାୟକ ଅଟେ l ପେଟର ଚର୍ବିକୁ କମ କରିବା ପାଇଁ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଲେମ୍ବୁ ପିଇବା ଖୁବ ଲାଭଦାୟକ ଅଟେ l ଲେମ୍ବୁ ଭିଟାମିନ-ସି ରେ ଭରପୁର ,କ୍ୟାଲୋରୀର କମ ଓ ଅଣ୍ଟିଆକ୍ସିଡେଣ୍ଟ ଅଟେ ,ଭିଟାମିନ ଓ ଖଣିଜ ତତ୍ତ୍ୱରେ ଭରପୁର ହୋଇଥାଏl ଲେମ୍ବୁ ପାଣି ସେବନ କରିବା ଦ୍ୱାରା ଆମର ମେଟାବୋଲିଯିମ ବୁଷ୍ଟ ହୋଇ ଓଜନ କମିବାରେ ସାହାଯ୍ୟ କରେ l ଲେମ୍ବୁ ପାଣିରେ କଳାଲୁଣ ମିଶାଇଲେ ଏହା ବେଶୀ ଅସରଦାର ଅଟେ କାରଣ କଳାଲୁଣରେ ଖଣିଜ ତତ୍ୱ ରହିଛି l

ଲେମ୍ବୁପାଣି କଳାଲୁଣ ପିଇବା ଦ୍ୱାରା ହଜମ ଶକ୍ତି ବଢିଥାଏ –

ଲେମ୍ବୁ ପାଣି କଳାଲୁଣର ମିଶ୍ରଣ ପାଟିକୁ ସୁଆଦ ଲାଗିବ ସହିତ ହଜମ ସମସ୍ୟାକୁ ଦୁରେଇ ଦେଇଥାଏ l କଳାଲୁଣ ଓ ଲୁଣ ଏହି ଦୁଇଟି ଭିତରୁ ଯେ କୌଣସି ଗୋଟିଏକୁ ମଧ୍ୟ ଆପଣ ଲେମ୍ବୁପାଣିରେ ମିଶାଇ ପିଇ ପାରିବେ ,ଏହା ଦ୍ୱାରା ପେଟ ମଧ୍ୟ ସଫା ରହିବ l ଲେମ୍ବୁପାଣି ସହିତ କଳାଲୁଣ ମିଶାଇ ପିଇବା ଦ୍ୱାରା ଆମ ଶରୀରର PH ଲେବୁଲ ଠିକ ରହିଥାଏ l ଯାହା ଏସିଡ଼ିଟି ,ଚର୍ମ ରୋଗ ,ଅଷ୍ଟକୋରସିସ ଓ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ ମଧ୍ୟ କମ କରିବାରେ ସାହାଯ୍ୟ କରେ l ଏହା ସହିତ କଳାଲୁଣ ଆପଣ ଖାଇଥିବା ଭୋଜନକୁ ଅଧିକ ପୋଷାକ ଯୁକ୍ତ କରିଥାଏ ,କୋଲେଷ୍ଟ୍ରଲ ଲେବୁଲକୁ ନିୟନ୍ତ୍ରିତ କରିଥାଏ l ତେଣୁ ନିୟମିତ ଭାବରେ ଲେମ୍ବୁ ପାଣି ଓ କଳାଲୁଣର ସମିଶ୍ରଣ ପିଇବା ଆବଶ୍ୟକ l

Show More

Related Articles

Back to top button