ଭୁଲ୍ ରେ ମଧ୍ୟ ଖାଲି ପେଟରେ ଖାଆନ୍ତୁନାହିଁ ଏହିସବୁ ଖାଦ୍ୟ
ପ୍ରତ୍ୟକଟି ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ପାଇଁ ଖୁବ ସଜାଗ ରହିଥାନ୍ତି l ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସକାଳର ଜଳଖିଆ ନିହାତି ଆବଶ୍ୟକ ଅଟେ ଓ ଯଦି ଆପଣ ସକାଳୁ ପୋଷଣ ଯୁକ୍ତ ଖାଦ୍ୟ ଠିକାରେ ନ ଖାଉଛନ୍ତି ଏହା ଆପଣଙ୍କର ପୁରା ଦିନଟିକୁ ଖରାପ କରିଦେବ

ସକାଳର ଖାଇବା ଏଥିପାଇଁ ଜରୁରୀ କାରଣ ସକାଳୁ ଆପଣ ଉଠି ଶୌଚ ହୋଇସାରିବା ପରେ ଆପଣଙ୍କର ପେଟ ଖାଲି ହୋଇଯାଇଥାଏ ,ତେଣୁ ଆପଣ ସକାଳ ଜଳଖିଆ ଭରପୁର ପୋଷାକ ତତ୍ତ୍ୱରେ ରହିଥିବା ଖାଦ୍ୟକୁ ଖାଇ ପାରିବେ l କିଛି ଜିନିଷ ଏପରି ଅଛି ଯାହାକୁ ପାନ ଖାଲି ପେଟରେ ଖାଇବା ଆବଶ୍ୟକ ନୁହେଁ l କାରଣ ଆମେ ଯାହା କିଛି ବି ଖାଇଥାଉ ତାହାର ପ୍ରଭାବ ସିଧା ସଳଖ ଆମର ସ୍ୱାସ୍ଥ୍ୟ ଉପରେ ପଡିଥାଏ l ତେଣୁ ଆପଣ ଜାଣି ରଖିବା ଉଚିତ କେଉଁ ଜିନିଷକୁ କୋଉ ସମୟରେ ଖାଇବା ଆବଶ୍ୟକ l
* ତରଭୁଜ -ତରଭୁଜକୁ ଖାଲି ପେଟରେ ଖାଇବା ଦ୍ୱାରା ଏସିଡ଼ିଟି ହୋଇଥାଏ l ତା ସହିତ ଖାଦ୍ୟ ହଜମ ମଧ୍ୟ ହୋଇ ନଥାଏ l ତେଣୁ ଆପଣ ତରଭୁଜକୁ ସକାଳୁ ନଖାଇ ମଧ୍ୟ କିମ୍ବା ସନ୍ଧ୍ୟା ସମୟରେ ଖାଇ ପାରିବେ l
* କଫି -ଖାଲି ପେଟରେ କଫି ସେବନ କରିବା କ୍ଷତି କାରକ ହୋଇଥଏ l କଫିରେ ରହିଥିବା କେଫିନ ପେଟପାଇଁ ଠିକ ନୁହେଁ l ଯଦି ଆପଣଙ୍କର ସକାଳୁ କଫି ପିଇବା ଅଭ୍ୟାସ ରହିଛି ତେବେ ଖାଲି ପେଟରେ ନପିଇ ପାଣି ପିଇସାରି କଫି ପିଅନ୍ତୁ l
* ଚାହା-ଏହି ଭଳି ଭାବରେ ଚାହାର ସେବନ ମଧ୍ୟ ଖାଲି ପେଟରେ କରନ୍ତୁ ନାହିଁ l ଖାଲି ପେଟରେ ଚାହା ପିଇବା ଦ୍ୱାରା ଗ୍ୟାସ ଓ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ବଢି ଯାଇଥାଏ l
* କଦଳୀ -କଦଳୀ ଗୋଟିଏ ପୋଷକ ତତ୍ୱରେ ପରିପୂର୍ଣ ଫଳ ଅଟେ l ଏହା ଗୋଟିଏ ଭଲ ଖାଦ୍ୟ ,କଦଳୀରେ ମ୍ୟାଗନେସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି l କିନ୍ତୁ ଏହାକୁ ଖାଲି ପେଟରେ ଖାଇ ଉଚିତ ନୁହେଁ l ବେଳେବେଳେ ଖାଲି ପେଟରେ କଦଳୀ ଖାଇଲେ ଏଥିରେ ରହିଥିବା ପୋଷାକ ତତ୍ୱ ବାନ୍ତି କରାଇଥାଏ l
* ସୋଢା -ସୋଢାରେ ଉଚ ମାତ୍ରାରେ କାର୍ବୋନେଟ ଏସିଡ଼ି ମିଳିଥାଏ l ଯେତେବେଳେ ଏହା ପେଟରେ ରହିଥିବା ଅମ୍ଳ ସହିତ ମିଶିଥାଏ ସେହି ସମୟରେ ପେଟ ଯନ୍ତ୍ରଣା ହୋଇଥାଏ l
* ସାଲାଡ଼ -କୁହା ଯାଏଯେ ସାଲାଡ଼ ଗୋସା ସ୍ୱାସ୍ଥ୍ୟକର ଏହାର ,ଏହା ଆପଣଙ୍କ ପାଚନ କ୍ରିୟାକୁ ସୁଦୃଢ କରିଥାଏ ଓ ଓଜନ କମାଇବାରେ ସାହାଯ୍ୟ କରିଥାଏ l ସାଲାଡ଼ ଫାଇବରରେ ପରିପୂର୍ଣ ଅଟେ ,କିନ୍ତୁ ଖାଲି ପେଟରେ ସାଲାଡ଼ ଖାଇବା କ୍ଷତି କାରକ ହୋଇଥାଏ l ଖାଲି ପେଟରେ ଖାଇଲେ ଗ୍ୟାସ ହେବାର ସମ୍ଭାବନା ଥାଏ l
* ମସଲା ଯୁକ୍ତ ଖାଦ୍ୟ -ଅଧିକାଂଶ ଲୋକ ମସଲା ଯୁକ୍ତ ଓ ଚଟପଟl ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ,କିନ୍ତୁ ଏହି ପ୍ରକାରର ଖାଇବା କେବେବି ଖାଲି ପେଟରେ ଖାଇବା ଉଚିତ ନୁହେଁ l ଆମ ଶରୀରରେ ପ୍ରାକୃତିକ ଭାବରେ କିଛି ଏସିଡ ରହିଥାଏ l ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ଏସିଡ ସହିତ ମସଲାର ରସାଇନୀକ ପ୍ରତିକ୍ରିୟା ହୋଇଥାଏ ,ଯାହା ଆମ ପେଟରେ ଖରାପ ପ୍ରଭାବ ପକାଇଥାଏ l