ଦେଶ ବିଦେଶ

ଲଦାଖ ପହଞ୍ଚିବା ପରେ କ’ଣ କ’ଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ଚିନ୍ତାରେ ଚୀନ୍

ଲେହ: ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ସୀମାରେ ମୁତୟନ ଯବାନ ମାନଙ୍କ ମନୋବଳ ବଢ଼ାଇଛନ୍ତି I ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବିନା ଶୁକ୍ରବାର ପ୍ରଧାନମନ୍ତ୍ରୀ ଲେହ ଠାରୁ ୨୫କି.ମି ଦୂର ନିମୁରେ ପହଞ୍ଚିଥିଲେ I ପ୍ରଧାନମନ୍ତ୍ରୀ ମୋଦି ଲଦାଖ ଫରୱର୍ଡ ବ୍ରିଗେଡର ନିମୁ ଠାରେ ପହଞ୍ଚି ସିନ୍ଧୁ ଦର୍ଶନ ଓ ପରେ ପୂଜା କରିଥିଲେ I
ଏହି ଅବସରରେ ମୋଦିଙ୍କ ସହ ସିଡିଏସ୍ ବିପିନ୍ ରାୱତ୍ ଓ ଆର୍ମି ଚିଫ୍ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ଉପସ୍ଥିତ ଥିଲେ Iକୁହାଯାଉଛି ଯେ ଶୁକ୍ରବାର ସକାଳ ୭ଟାରେ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନରୁ ଓହ୍ଲାଇ ହେଲିକପ୍ଟରରେ ବସି ସିଧା ନିମୁ ପହଞ୍ଚିଥିଲେ I ସେଠାରେ ନର୍ଦନ କମାଣ୍ଡର କମାଣ୍ଡିଂ ଅଫିସର ଲେଫ୍ଟନ୍ୟାଣ୍ଟ ଜେନେରାଲ୍ ୱାଇ.କେ.ଯୋଶୀ ପ୍ରଧାନମନ୍ତ୍ରୀଙ୍କୁ ଏଲ୍ଏସିରେ ଚୀନ୍ ସହ ମତଭେଦ ପରେ ଉପୁଜିଥିବା ସ୍ଥିତି ବିଷୟରେ ଅବଗତ କରାଇଥିଲେ I

ନିମୁ ସେନାର ବ୍ରିଗେଡ ହେଡକ୍ୱାର୍ଟର ସହ ଅନ୍ୟ କେତେକ ସୈନ୍ୟ ରେଜିମେଣ୍ଟର ବାଟାଲିଆନ୍ ହେଡକ୍ୱାଟର ଅଛି I ଏହି ସ୍ଥାନ ହେଉଛି ଭାରତର ଇତିହାସ ସହ ଜଡ଼ିତ ସିନ୍ଧୁନଦୀ କୂଳ I ଏହି କାରଣ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଲ୍ଏସିର ସମସ୍ତ ତଥ୍ୟକୁ କମାଣ୍ଡରଙ୍କ ଦ୍ୱାରା ସିନ୍ଧୁ ନଦୀ କୂଳରେ ଦିଆଯାଇଥିଲା I ପ୍ରତି ବର୍ଷ ଜୁନ୍ କିମ୍ବା ଜୁଲାଇ ମାସରେ ସିନ୍ଧୁ ଦର୍ଶନ ମେଳାର ଆୟୋଜନ ହୋଇଥାଏ I ଏହାର ଆରମ୍ଭ ନବେ ଦଶକରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ କରିଥିଲେ I ତେବେ, ଚଳିତ ବର୍ଷ କରୋନା ଭାଇରସ୍ ସଂକ୍ରମଣ ପାଇଁ ଏହି ମେଳାକୁ ଆୟୋଜନ କରାଯାଇ ନାହିଁ I

Show More

Related Articles

Back to top button