ଦେଶ ବିଦେଶ

SBI ଲଞ୍ଚ୍ କଲା ସ୍ପେସିଆଲ କ୍ରେଡିଟ୍ କାର୍ଡ୍

କୋଭିଡି୍-19 ପାଇଁ ଦେଶରେ ସାମାଜିକ ଦୁରତା କୁ ଲୋକେ ଗୁରୁତ୍ୱ ଦେଉଛନ୍ତି । ଏହି ସଙ୍ଗିନ ପରିସ୍ଥିତିକୁ ଆଖିରେ ରଖି ଜନତା ଅନ୍ ଲାଇନ୍ ପେମେଣ୍ଟକୁ ବାଝିନେଇଛନ୍ତି । ତେବେ SBI ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ଏକ ସ୍ପୋସାଲ କାର୍ଡ ଲଞ୍ଚ କରିଛି ଯାହା ପିନ୍ ଓ ଦସ୍ତଖତ ବିନା ମାନ୍ୟ ହୋଇପାରିବ । ଏହି ସ୍ପେସିଆଲ କାର୍ଡର ବିଶେଷତ୍ୱ ହେଉଛି  ୨୦୦୦ ଟଙ୍କା ପର୍ଯ୍ୟନ୍ତର ଲେଣଦେଣ କଲେ ପିନ୍ କିମ୍ବା ଦସ୍ତଖତ ଦେବାକୁ ପଡିବନାହିଁ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଶାରେ କଣ୍ଟାକ୍ଟ ଲେସ୍ ଭିଜା ଦ୍ୱାରା ୭୫୦ଟଙ୍କାର ଟ୍ରାଜାକ୍ସନରେ ୭୫ ପ୍ରତିଶତ କ୍ୟାସ୍ ବ୍ୟାକ୍ ମିଳିପାରିବ । ଏହି କାର୍ଡ କିଣିବା ଦ୍ୱାରା ବ୍ୟାଙ୍କ ତରଫରୁ ବୋନୋସରେ Amazon.in ଗିଫ୍ଟି କାର୍ଡ୍ ଦିଆଯିବ ।

ଏହି କାର୍ଡରେ ୫୦୦ ଟଙ୍କାର ଗିଫ୍ଟ ଅଫର ରହିଥିବା ବେଳେ ଏଥିରେ ସପିଙ୍ଗ୍ କରିବା ସହଜ ହେବ । ଆପଣ ଯଦି ଏସ୍ ବି ଆଇ କ୍ରେଡିଟ୍ କାର୍ଡ୍ ଏକ୍ସକ୍ଲୁସିଭ୍ ପାର୍ଟନର୍  Amazon, BookMyShow, Cleartrip, Foodpanda, ଆଦି ସପିଙ୍ଗ୍ ସାଇଟ୍ ରୁ ସପିଙ୍ଗ କରନ୍ତି ତେବେ ଆପଣକୁ ରିଓ୍ୱାଡ୍ ପଏଟ୍ ମିଳିବ । ଦେଶରେ ଅନ୍ ଲାଇନ୍ ଫ୍ରଡ୍ କୁ ଆଖି ଆଗରେ ରଖି SBI ସର୍ବଦା ତା ଗ୍ରାହକଙ୍କର ସୁରକ୍ଷାକୁ ପ୍ରାଧାନ୍ୟ ଦେଇଥାଏ ଓ ଏନେଇ ସତର୍କ ଥାଏ । ଏନେଇ ବ୍ୟାଙ୍କ ତାର ଗ୍ରାହକଙ୍କୁ ଟ୍ୱିଟ୍ ଦ୍ୱାରା ସତର୍କ କରାଇଛି । ଗ୍ରାହକ ନିଜର ବ୍ୟକ୍ତିଗତ ତଥ୍ୟ କାହା ସହିତ ନ ବାଣ୍ଟି ବାକୁ ବ୍ୟାଙ୍କ ଅନୁରୋଧ କରିଛି । ବ୍ୟାଙ୍କ ସମୟ ସମୟରେ ତାର ଗ୍ରାହକଙ୍କୁ ଠକାମି ଓ ଲୁଟ୍ ରୁ ଦୂରେଇ ରହିବାର ଟିପ୍ସ ଦେଇଥାଏ । SBI କାର୍ଡ୍ ଓ SBI ଦ୍ୱାରା ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ଭିଡିୟୋ ଓ GIF ମାଧ୍ୟମରେ ଗ୍ରାହକଙ୍କୁ ଠକାମିର ସିକାର୍ ନ ହେବାକୁ ଟିପ୍ସ ଦେଇଥାଏ । ଗ୍ରାହକ ଯେପରି ଠକାମିର ଶିକାର ନହେବେ ସେନେଇ SBI Cards ତାଙ୍କର ଟ୍ୱିଟର୍ ହ୍ୟାଣ୍ଡେଲ୍ ଟ୍ୱିଟ କରି କହିଛନ୍ତି ।

Show More

Related Articles

Back to top button