ଦେଶ ବିଦେଶ

ବିବାଦରେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ; ଜବାବ ରଖିଲା ସେନା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବିବାଦ । ଏହାକୁ ନେଇ ସ୍ପଷ୍ଟିକରଣ ରଖିଛି ଭାରତୀୟ ସେନା ।

ନୂଆଦିଲ୍ଲୀ : ଜୁଲାଇ ୩ ତାରିଖରେ ଲେହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ଲାଇନ ଅଫ୍ ଆକ୍ଟୁଆଲ କଣ୍ଟ୍ରୋଲର ସ୍ଥିତି ପରଖିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦି ଆହତ ହୋଇଥିବା ସୈନିକଙ୍କୁ ମେଡିକାଲରେ ସାକ୍ଷାତ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତକାରକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଅନେକ ଲୋକ ଏହା ହସ୍ପିଟାଲର ଦୃଶ୍ୟ କି ବୋଲି ପ୍ରଶ୍ନ କରିଛନ୍ତି । କାରଣ ପ୍ରଧାନମନ୍ତ୍ରୀ ଉଠାଇଥିବା ଫଟୋରୁ ଦେଖିଲେ ଏହା ଜଣାପଡୁନାହିଁ ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି । କାରଣ ଫଟୋରେ ଯବାନଙ୍କ ପାଖରେ କୌଣସି ଔଷଧ କିମ୍ୱା ଆବଶ୍ୟକୀୟ ସାମଗ୍ରୀ ନଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ସ୍ପଷ୍ଟିକରଣ ରଖିଛି ଭାରତୀୟ ସେନା । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଏଭଳି ପ୍ରଶ୍ନ ଦେଶ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ । ସେନା ପକ୍ଷରୁ ଆହୁରି କୁହାଯାଇଛି । ଜୁଲାଇ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜେନଲାର ହସ୍ପିଟାଲର ଗସ୍ତ କରିଥିଲେ । ହସ୍ପିଟାଲର ସୁବିଧାକୁ ନେଇ ପ୍ରଶ୍ନ ଉଠାଇବାକୁ ନେଇ ଦୁର୍ଭାଗ୍ୟପୂର୍ଣ୍ଣ । ଆମର ସାହାସୀ ବୀରଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟପୂର୍ଣ୍ଣ । ସେନା ସବୁ ସମୟରେ ନିଜର ସେନା ମାନଙ୍କ ଉତ୍ତମ ଚିକିତ୍ସା ପ୍ରଦାନ କରିଥାଏ । ଏହି ଜେନେରାଲ ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ ସୁବିଧା କରାଯାଇଛି । କୋରୋନା ଭାଇରସର ପ୍ରକୋପ ସମୟରେ ଜେନରାଲ ହସ୍ପିଟାଲରେ କିଛି ଶଯ୍ୟାକୁ ଆଇସୋଲେସନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଏହି ମେଡିକାଲରେ କୋରୋନା ଆଇସୋଲେସନର ବ୍ୟବସ୍ଥା କରାଯାଇଛି । କାରଣ ଏହି ମେଡିକାଲରେ କୋରୋନାର ଚିକିତ୍ସା କରାଯାଉଛି ।

ସୂଚନା ଅନୁସାରେ, ଏହି ଲମ୍ୱା ହଲ ଅଡିଓ ଭିଡିଓ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଛି । ଆହତ ଯବାନ ମାନଙ୍କୁ ଗଲୱାନରୁ ଅଣାଯାଇ ଏଠାରେ ରଖାଯାଇଛି । ଏହି ସମୟରେ ସେମାନଙ୍କ ସମ୍ପର୍କ କୋରୋନା ୱାର୍ଡ ସହ ନ ରହିବା ପାଇଁ ବିଶେଷ ଧ୍ୟାନ ରଖାଯାଇଛି । ଏହି ସମୟରେ ଜେନେରାଲ ଏମ.ଏନ ନରୱଣେ ଓ ସେନା କମାଣ୍ଡର ଆହତ ଜବାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି, ଏୟାରଫୋର୍ସ ଓ ITBP ଯବାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେନାର ସମସ୍ତ ଯବାନଙ୍କୁ ସମ୍ୱୋଧିତ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ୨୬ ମିନିଟ୍ ୩୭ ସେକେଣ୍ତର ଉଦବୋଧନ ଦେଇଥିଲେ ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିନା ନାମରେ ଚୀନକୁ କଡ଼ା ସମାଲୋଚନା କରିଥିଲେ ।

Show More

Related Articles

Back to top button