ବାଣିଜ୍ୟ

ପ୍ଲେଷ୍ଟୋରରୁ ବହୁ ମାତ୍ରାରେ ଡାଉନ୍ ଲୋଡ୍ ହେଉଛି ଇଣ୍ଡିଆନ୍ ଆପ୍

ଭାରତ ବ୍ୟାନ୍ କରିଥିବା ୫୯ଟି ଚାଇନା ଆପର ଅନୁରୂପ ଆପ୍ ଜାଣନ୍ତୁ କ’ଣ

ଟିକଟକ୍,ସେୟାରଇଟ୍ ଓ UC ବ୍ରାଉଜର ଭଳି ଚାଇନିଜ୍ ଆପ ଗୁଡ଼ିକୁ ଭାରତ ବ୍ୟାନ କରିଦେଇଛି I ଜୁନ ୧୫ରେ ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ I ଏହାପରେ ଭାରତ ଚାଇନାର ୫୯ଟି ଆପ ବ୍ୟାନ କରିଛି I ଗୁଇନ୍ଦା ସଂସ୍ଥା ଅନୁସାରେ ଏହି ଆପ ଦ୍ୱାରା ଚାଇନା ବ୍ୟବହାରକାରୀଙ୍କ ଗୁପ୍ତ ତଥ୍ୟକୁ ସଂଗ୍ରହ କରୁଛି I ଯାହାଦ୍ୱାରା ବ୍ୟବହାରକାରୀଙ୍କ ଗୋପନୀୟତା ନଷ୍ଟ ହେଉଛି I ଭାରତୀୟ ସୂଚନା ପ୍ରଯୁକ୍ତି ଆଇନ ୬୯(କ) ଧାରାରେ ଚୀନର ୫୯ଟି ଆପକୁ ବ୍ୟାନ କରିଛି I

ବ୍ୟାନ୍ ହୋଇଥିବା ୫୯ଟି ଆପର ଅନୁରୂପ ଆପ୍

ଚୀନର ୫୯ଟି ଆପ ବ୍ୟାନ୍ ପରେ ଭାରତୀୟ ବ୍ୟବହାରକାରୀ ମାନେ ସେହି ଆପର ଅନୁରୂପ ଆପ ଖୋଜୁଛନ୍ତି I ଆପଣ ଭାବୁଛନ୍ତି କି ଚାଇନିଜ ଆପର ଅନୁରୂପ ଆପ୍ ପାଇବା ଅସମ୍ଭବ I ତେବେ, ଆସନ୍ତୁ ଜାଣିବା କେଉଁ ସବୁ ଆପ୍ ବ୍ୟବହାର କରିପାରିବେ I

ଟିକଟକ୍, ହେଲୋ, ବିଗୋ ଲାଇଭ୍, ଭିଗୋ ଭିଡିଓ, ଭିମେଟ ଏବଂ କ୍ୱାଇର ଅନୁରୂପ ଆପ୍

ଟିକଟକ୍, ଭିଡମେଟ ଓ ଲାଇକି ପରି ଚାଇନା ଆପ୍ ମାଧ୍ୟମରେ ଭାରତର ଯୁବପିଢ଼ି ୨୦ ସେକେଣ୍ତର ଭିଡିଓ ପ୍ରସ୍ତୁତ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ I ଏସବୁ ଆପ୍ ବନ୍ଦ ପରେ ଏବେ ଆପଣ ମିତ୍ରୋଁ, ଚିଙ୍ଗାରି ଆପ୍ ବ୍ୟବହାର କରିପାରିବେ I

UC ବ୍ରାଉଜର, DC ବ୍ରାଉଜର, CM ବ୍ରାଉଜର ଓ APUS ବ୍ରାଉଜରର ଅନୁରୂପ ଆପ-

ଚାଇନାର ବ୍ରାଉଜର ପରିବର୍ତ୍ତେ ଗୁଗଲ କ୍ରୋମ୍ ଓ ମୋଜିଲା ଫାୟାରଫକ୍ସ ଏହି ଦୁଇଟି ସବୁଠାରୁ ବେଷ୍ଟ ଅନୁରୂପ ଆପ୍ ବ୍ୟବହାର କରିପାରିବେ I ଏହି ଦୁଇଟି ଆପରେ ଖୁବ ସୁନ୍ଦର ଫିଚର୍ସ୍ ଏବଂ ସୁରକ୍ଷିତ ବିକଳ୍ପ ରହିଛି I ଏହାଛଡ଼ା ଜିଓ ବ୍ରାଉଜର ଆପକୁ ମଧ୍ୟ ବ୍ୟବହାର କରିପାରିବେ I ଜିଓ ବ୍ରାଉଜର ଗ୍ରାହକଙ୍କୁ ସ୍ପିଡ ଇଣ୍ଟରନେଟ ଏବଂ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ I ଅନୁରୂପ ଭାବେ UC ବ୍ରାଉଜର ଭଳି ଏଥିରେ ଲୋକମାନେ ମନୋରଞ୍ଜନ ଭିତ୍ତିକ ତଥ୍ୟ ପାଇପାରିବେ I

ୟୁକ୍ୟାମ ମେକଅପ୍, ବିୟୁଟି ପ୍ଲସ୍ ଏବଂ ଫଟୋ ଓ୍ୱାଣ୍ତରର ଅନୁରୂପ ଆପ-

B612- ବିୟୁଟି ଓ ଫିଲଟର କ୍ୟାମେରା ହେଉଛି ୟୁକ୍ୟାମ ମେକଅପ୍, ବିୟୁଟି ପ୍ଲସ୍ ଓ ଫଟୋ ୱାଣ୍ତର ବେଷ୍ଟ ଅନୁରୂପ ଆପ I ଏଥିରେ ଭଲ ଏଡିଟିଂ ଟୁଲ୍ସ ରହିଛି ଏବଂ ୧,୫୦୦ ପ୍ରକାରର ଷ୍ଟିକର ରହିଅଛି I

ସେୟାରଇଟ୍ ଓ ଜେଣ୍ତର-

ସୁପରବିଏମ ହେଉଛି ସବୁଠାରୁ ସୁନ୍ଦର ଅନୁରୂପ ଆପ୍ ସେୟାରଇଟ ଏବଂ ଜେଣ୍ତରର I ଏଥିରେ ଡାଇରେକ୍ଟ ୱାଇଫାଇ ଓ QR କୋଡ୍ ବ୍ୟବହାର କରି ବଡ଼ରୁ ବଡ଼ ଫାଇଲକୁ କମ୍ପ୍ୟୁଟକକୁ ଟ୍ରାନ୍ସଫର କରିପାରିବେ I

୩୬୦ ସିକ୍ୟୁରିଟି  

ଆପଣ ଜଦି 360 ସିକ୍ୟୁରିଟି ମୋବାଇଲ ଆପକୁ ରିପ୍ଲେସ୍ କରିବାକୁ ଚାହୁଁଛନ୍ତି ତେବେ ଏହାର ଉପଯୁକ୍ତ ରିପ୍ଲେସ୍ ମେଣ୍ଟ ଆପହେଉଛି ବିଟ୍ ଡିଫେଣ୍ଡର ମୋବାଇଲ ସିକ୍ୟୁରିଟି ଓ ଅଣ୍ଟିଭାଇରସ ଆପ୍ I

ଆପ୍ ଲକ୍

ଚାଇନା ଆପ୍ ଲକ୍ ର ରିପ୍ଲେସ୍ ମେଣ୍ଟ୍ ଆପ୍ ହେଉଛି ନର୍ଟନ୍ ଆପ୍ ଲକ୍ I ଏଥିରେ ସୁରକ୍ଷିତ ପାସଓ୍ୱାଡ ଏବଂ ପ୍ୟାଟନ୍ ଲକସ୍କ୍ରିନର ସୁବିଧା ରହିଅଛି ଯାହାଦ୍ୱାରା ଫୋନ କୁ ସୁରକ୍ଷିତ ରଖିହେବ I

Show More

Related Articles

Back to top button